79 total views , 1 views today
ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ମଡେଲ ଡିଗ୍ରୀ ମହାବିଦ୍ୟାଳୟ, ଲାଠିପଡାରେ, ନୟାଗଡ ଜିଲ୍ଲା ଆଇନ ସେବା ଆନୁକୁଲ୍ୟରେ ପୋକସୋ ନିୟମ ଏବଂ ପିଡୀତା ସହାୟତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଛାତ୍ରୀ ଅନୁସୂୟା ପାତ୍ର ସ୍ବାଗତ ଭାଷଣ , ଅତିଥି ପରିଚୟ ଏବଂ ସଚେତନତର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣର ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ ପୋକସୋ ଅଧୂନିୟମ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ପିଡୀତା ସହାୟତା ବୁଝାଇଥିଲେ । ଆଇନ ସଚେତନତା ଦ୍ଵାରା ଛାତ୍ର ଜୀବନରେ ଏକ ଶୃଙ୍ଖଳିତ ଜୀବନଶୈଳୀର ଲକ୍ଷ ହାସଲରେ କିପରି ସହାୟକ ହୋଇପାରିବ ଦର୍ଶାଇଥିଲେ । ଅଧ୍ୟକ୍ଷ ଡଃ ମାନସ ରଞ୍ଜନ ଶତପଥୁ, ତାଙ୍କର ବକ୍ତବ୍ୟରେ ଆମ୍ବ ବିଶ୍ଵାସ, ଆତ୍ମ ନିର୍ଭର ହେଉଛି ବୈଷୟକ ଯୁଗରେ ସମାଜକୁ ସଠିକ ଦିଗ୍ଧର୍ଶନ ଦେଇପାରିବ ବୋଲି ତଥ୍ୟ ଉପସ୍ଥାପନ କରିଥିଲେ । ସଦସ୍ୟ ମହମ୍ମଦ ଓମର ମଲ୍ଲିକ ଜାତୀୟତା ଏବଂ ବୈଷୟକ ଜ୍ଞାନର ସଠିକ ବ୍ୟବହାର ଛତ୍ର ସମାଜର ସୁରକ୍ଷାରେ ସହାୟକ ବୋଲି ମତ ରଖିଥିଲେ । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣକରି ସଚେତନତା ହୋଇଥିଲେ । ଡଃ ଜୟରାମ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।