୩ ‘ ନଭେମ୍ବର ରେ କୃଷକ ଗର୍ଜନ ସମାବେଶ ନେଇ ବ୍ୟାପକ ପ୍ରସ୍ତୁତି !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ଭାରତୀୟ କିସାନ ସଙ୍ଘ କଟକ ଜିଲା ତରଫରୁ ବାରଙ୍ଗ ବ୍ଲକର କନକ ଦୁର୍ଗା ମନ୍ଦିରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନଭେମ୍ବର ମାସ ୩ ତାରିଖରେ ହେବାକୁ ଥିବା କୃଷକ ଗର୍ଜନ ସମାବେଶରେ କିଭଳି ଭାବେ ଚାଷୀ ଭାଇ ମାନେ ଅଧିକରୁ ଅଧିକ ଯୋଗଦେବେ ସେନେଇ ଆଲୋଚନା କରାଯାଇଥିଲା ! ତାସହିତ କୃଷକ ମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଯେପରିକି ବନ୍ୟଜନ୍ତୁଙ୍କ ଦ୍ବାରା ଫସଲ ନଷ୍ଟ , ପାଣିର ସମସ୍ୟା, ଇଲେକ୍ଟ୍ରି ସମସ୍ୟା, ଜୈବିକ ଚାଷ ଉପରେ ଗୁରୁତ୍ୱ ଦେବା ସହ ମାଟିକୁ ସୁରକ୍ଷିତ ରଖିବା ଏବଂ ଅନ୍ୟାନ୍ୟ କେତେକ ବିଷୟରେ ଆଲୋଚନା କରାଯାଇଥିଲା ।

ମୁଖ୍ୟ ଅତିଥି ଭାବେ ସଂଗଠନ ମନ୍ତ୍ରୀ ପୂର୍ବ ଭାରତର ଶ୍ରୀନିବାସ ଜୀ ଯୋଗଦେଇ ସବୁ ଚାଷୀ ମାନେ ସମାବେଶରେ ଯୋଗଦେଇ ତାଙ୍କର ହକ ପାଆନ୍ତୁ ଚାଷୀ ମାନଙ୍କ ପାଇଁ ଚାଷୀ ମାନଙ୍କ ଦ୍ୱାରା ଏହା ସମ୍ଭବ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ସମାବେଶର ସଂଯୋଜକ ଭାବେ ନଳିନୀ କୁମାର ରାୟଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସମାବେଶର ରାଜ୍ୟ ସଂଯୋଜକ ଦେବୀପ୍ରସାଦ ପତି, ସମ୍ପାଦକ କଟକ ଜିଲ୍ଲା ରଞ୍ଜନ ସେନାପତି, ଉପସଭାପତି ଜୟ ଜଗନ୍ନାଥ, ବାରଙ୍ଗ ବ୍ଲକର ପ୍ରଭାରୀ ବସନ୍ତ ପତି, ଅନିଲ ମହାପାତ୍ର, ରବୀନ୍ଦ୍ର ପାତ୍ର, ବିଶ୍ଵନାଥ ମହାପାତ୍ର, ଲଷ୍ମୀଧର ରାଉତ, ଗାନ୍ଧିଗୁରୁ ଦାସ, ନିର୍ମଳ କୁମାର ନାୟକ, ଚନ୍ଦ୍ରଶେଖର ନାୟକ, ଆଶିଷ ଭୁଆଁ, ପୂର୍ଣ୍ଣନ୍ଦୁ ନାୟକ, ଜଗତସିଂହପୁର ଜିଲ୍ଲାର ପ୍ରଭାରୀ ଅଶୋକ ରାଉତ ଯୋଗ ଦେଇଥିଲେ । ଆଗାମୀ ଦିନରେ କିସାନ ସଙ୍ଘ ତରଫରୁ ଦସ୍ତଖତ ଅଭିଯାନ, ପ୍ରଚାର, ପ୍ରସାର, କାନ୍ଥ ଲିଖନ,ବ୍ଲକ ଘେରାଉ କରାଯିବାକୁ ସ୍ଥିର କରାଯାଇଛି ।

Leave a Reply

Your email address will not be published. Required fields are marked *