୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣ କୁଷଡିହ ଛକଠାରେ ସଂଜ୍ଞାହୀନ ଅବସ୍ଥାରେ ଯୁବତୀ ଉଦ୍ଧାର !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବ୍ରାହ୍ମଣ କୁଷଡିହ ଛକଠାରେ ଜଣେ ଯୁବତୀ ସଂଜ୍ଞାହୀନ ଅବସ୍ଥାରେ ପଡି ରହିଥିବାର ଦେଖା ଯାଇଥିଲା । ସମସ୍ତେ ରାସ୍ତାଦେଇ ଯାଉଥିବା ବେଳେ କେହି ହେଲେ ତା ପ୍ରତି ନଜର ନ ଦେବା ବଡ଼ ଦୁଃଖ ଦାୟକ ଘଟଣା । ସମାଜସେବୀ କାଳୁ ସୁନ୍ଦରାୟ ସେହି ରାସ୍ତା ଦେଇ ନିଜର ଫାର୍ମ ହାଉସ୍ କୁ ଯିବା ସମୟରେ ତାଙ୍କର ନଜର ପଡ଼ିବାରେ ସେ ନିକଟକୁ ଯାଇ ଦେଖିବା ପରେ ସଂଜ୍ଞାହୀନ ଅବସ୍ଥାରେ ପଡି ରହିଥିବା ଜାଣିବାକୁ ପାଇଲେ । ସଙ୍ଗେ ସଙ୍ଗେ ବାଲୁଗାଁ ପୋଲିସ୍ କୁ ଖବର ଦେବାରେ ବାଲୁଗାଁ ପୋଲିସ୍ ଆମ୍ବୁଲାନ୍ସ ଯୋଗେ , ଯୁବତୀଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଚିକିତ୍ସାର ବନ୍ଦୋବସ୍ତ କରିଥିଲା । ରାସ୍ତା ମଝି ଡିଭାଇଡର ରେ ସଂଜ୍ଞାହୀନ ଅବସ୍ଥାରେ ଯୁବତୀ ଜଣକ କେମିତି ଓ କେଉଁ କାରଣରୁ ପଡ଼ିଥିଲେ ତାହା ସମସ୍ତଙ୍କ ମନରେ ସଂଶୟ ସୃଷ୍ଟି କରିଛି । ଉପଯୁକ୍ତ ତଦନ୍ତ ହେଲେ ଘଟଣାର ସତ୍ୟା ସତ୍ୟ ଲୋକଲୋଚନକୁ ଆସିପାରନ୍ତା ।

Leave a Reply

Your email address will not be published. Required fields are marked *