ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଦାନଗଦି ବ୍ଲକ ଚିତ୍ରି ପଞ୍ଚାୟତ କୋଳଥପଦା ମୁଖ୍ୟ ରାସ୍ତା ଠାରୁ ଚିତ୍ରି ଗ୍ରାମର ରଣାସାହି ର ମୁଖ୍ୟ ରାସ୍ତାରେ ସାମାନ୍ୟ ବର୍ଷା ରେ କୁତ୍ରିମ ବନ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିବା ସହ ପାଣି ନିସ୍କାସନ ବ୍ୟବସ୍ଥା ନଥିବାରୁ ବର୍ଷା ପାଣି ସବୁବେଳେ ଜମି ରହୁଛି । ପ୍ରତିବାଦ କଲେ କିଛି ସୁଫଳ ମିଳୁନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ପ୍ରତିଦିନ ଏହି ରାସ୍ତା ଦେଇ ଯିବାଆସିବା ସମୟରେ ଲୋକ ଦୁର୍ଘଟଣା ର ଶିକାର ହେଉଛନ୍ତି । ବିଭାଗୀୟ ଉଚ୍ଚ କତୃପକ୍ଷଓ ସ୍ଥାନୀୟ ପ୍ରଶାସନ ଉକ୍ତ ସମସ୍ୟା କୁ ଦୃଷ୍ଟି ଦେବାପାଇଁ ସାଧାରଣ ରେ ଦାବି ହେଉଛି । ଉକ୍ତ ରାସ୍ତା ଦେଇ ସ୍କୁଲ କଲେଜ୍ ଓ ବିଭିନ୍ନ ଅଞ୍ଚଳକୁ ଯାତାୟତ କରିବା ସମୟରେ ଗ୍ରାମବାସୀ ତଥା ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ର ମନମୁଖୀ କାର୍ଯ୍ୟ ପାଇଁ ଲୋକ ମାନେ ଅସୁବିଧା ଭୋଗୁଛନ୍ତି । ବିଶେଷ କରି ବାଇକ୍ ଚାଳକ ଓ ଚାଲି ଚାଲି ଯାଉଥିବା ଲୋକ କାଦୁଅରେ ମଇଳା ପାଣି ରେ ଘାଣ୍ଟି ହେଉଛନ୍ତି । ତୁରନ୍ତ ଉକ୍ତ ରାସ୍ତା ସଜାଡିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଦାବି କରୁଛନ୍ତି । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ପାଖରେ ଏ ଖବର ନଥିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେଉଛି । ଏ ଦିଗରେ ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

