ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଦୀର୍ଘ 25 ବର୍ଷ ଧରି ଓଡିଶା ରେ ପଲିକ୍ୟାଵ ପ୍ରଡକ୍ଟ ଗ୍ରାହକ ଙ୍କୁ ସର୍ବୋତ୍ତମ ସର୍ଭିସ ଓ ସେଲସ ଦେଇ ଆସିଛି. ଏହି ସେବା କିଭଳି ଆଗକୁ ଜାରି ରହିବ, ନୂଆ ପ୍ରଡକ୍ଟ କିଭଳି ଗ୍ରାହକ ଙ୍କ ନିକଟରେ ପହଂଚିବ ଓ ଓଡିଶା ରେ କିଭଳି ଭଲ ବ୍ୟବସାୟ କରିବ ଏ ନେଇ ଭୁବନେଶ୍ୱର ରେ ପଲିକ୍ୟାଵ କମ୍ପାନୀ ତାର 25 ବର୍ଷ ପୂର୍ତ୍ତି ଉତ୍ସବ ଓ ଡିଲର୍ସ ମିଟ ରେ ଆଲୋଚନା କରାଯାଇଛି. ପଲିକ୍ୟାବ କମ୍ପାନୀ ଓ ଓଡିଶା ର ପାଇଓନିଅର ଆସୋସିଏଟସ ଡିଷ୍ଟ୍ରିବ୍ୟୁଟର ଙ୍କ ମିଳିତ ପ୍ରୟାସ ରେ ଏହି ଡିଲର୍ସ ମିଟ ଆୟୋଜିତ ହୋଇଥିଲା ! ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ର 120 ଜଣ ଡିଲର ଉପସ୍ଥିତ ଥିଲେ. କାର୍ଯ୍ୟକ୍ରମ ରେ କମ୍ପାନୀର ବ୍ରାଞ୍ଚ ହେଡ଼ ଅମିତ କୁମାର ବଳ, ଏରିଆ ସେଲସ ମ୍ୟାନେଜର ମନୋଜ କୁମାର ପ୍ରଧାନ, ସର୍ଭିସ ହେଡ଼ ଦିଲ୍ଲୀପ ପ୍ରଧାନ,ପାଇଓନିଅର ଆସୋସିଏଟସର ପାର୍ଟନର ଜ୍ଞାନ ରଞ୍ଜନ ଚଇନି, ତରୁଣ କାନ୍ତ ମିଶ୍ର ଯୋଗଦେଇ ଡିଲର ମାନଙ୍କୁ ଉତ୍ସାହିତ କରିବା ସହ ନୂଆ ପ୍ରଡକ୍ଟ ଲଞ୍ଚିଙ୍ଗ କରିଥିଲେ.ଏହି ଅବସର ରେ କମ୍ପାନୀ ପକ୍ଷରୁ ଭଲ ବ୍ୟବସାୟ କରିଥିବା 10 ଜଣ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଲଟେରୀ ଉଠାଣ ଜରିଆରେ 10 ଜଣ ଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି. ଏହା ସହ କମ୍ପାନୀ ର ଫ୍ୟାନ, କେବୁଲ, ୱେୟାର, ଲାଇଟିଙ୍ଗ ସାମଗ୍ରୀ, ସ୍ବିଚ ପ୍ରଡକ୍ଟ ଆଦି ପ୍ରଦର୍ଶିତ କରାଯାଇଥିଲା. ତେବେ ଚଳିତ ବର୍ଷ ଆଇ ସି ସି ସହ ଅଫିସିଆଲ ପାର୍ଟନର ଭାବେ ଚୁକ୍ତିବଧ ହୋଇଥିବା କମ୍ପାନୀ ଓଡିଶା ହେଡ଼ ସୂଚନା ଦେଇ କହିଛନ୍ତି.
ଦୀର୍ଘ ୨୫ ବର୍ଷ ଧରି ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଆସୁଛି ପଲିକ୍ୟାବ !!!

