ମାଙ୍କଡା ଚୋରା ଚାଲାଣ ପ୍ରସଙ୍ଗ : ମଦ କାଉଣ୍ଟରରେ ବଢୁଛି ଡିଲ – ମଧ୍ୟସ୍ଥି ସାଜିଛନ୍ତି ତହସିଲ ଡ୍ରାଇଭର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ନୂଆଗାଁ ତହସିଲ ଅନ୍ତର୍ଗତ ମାଳିସାହି ପଞ୍ଚାୟତ ର ସୀମା ନାଲିମାଟି ରୂପରେ ପରିଚିତ ! କୋସ୍କା ରୁ ପ୍ରତ୍ୟେକ ଦିନ ବେଆଇନ ଭାବେ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ନେଇ ଖବର ପ୍ରକାଶ ପାଇବା ପରେ ମାଫିଆ ମାନେ ସକ୍ରିୟ ହେଉଛନ୍ତି , ହେଲେ ଅସହାୟ ହେଉଛି ନୂଆଗାଁ ତହସିଲ କର୍ତ୍ତୃପକ୍ଷ | ଏଥି ପାଇଁ ମୋଟା ଅଙ୍କର ଟଙ୍କା କାରବାର ହେଉଥିବା ନେଇ ଚର୍ଚ୍ଚା ମଧ୍ୟ ଜୋର ହେଉଥିଲା | ଫଳରେ ତହସିଲ କର୍ତ୍ତୃପକ୍ଷ ମାଫିଆ ଙ୍କ ଟେର ନପାଇ ବିଭିନ୍ନ ବାହାନା ଦେଖାଇ ମାଫିଆଙ୍କୁ ସୁରକ୍ଷା ଦେଇ ଖସାଇବାକୁ ଚେଷ୍ଟା କରୁଥିବା ଆଜି ସାମ୍ନାକୁ ଆସିଛି | ଫଳରେ ଚଢ଼ାଉ ପୂର୍ବରୁ ମାଫିଆଙ୍କ ପାଖରେ ଆଗୁଆ ଖବର ପହଞ୍ଚି ପାରୁଛି | ଯାହାକୁ ନେଇ ତହସିଲ କର୍ତ୍ତୃପକ୍ଷ କିଛି ଦିନ ହେବ ଦ୍ୱନ୍ଦ୍ୱରେ ଥିବା ବେଳେ କିଏ ଏହି ବ୍ୟକ୍ତି ମାଫିଆ ଙ୍କ ସାଙ୍ଗରେ ରଖିଛି ନିବିଡ଼ ସମ୍ପର୍କ ? ଯାହା ସେମାନଙ୍କୁ ଅଡୁଆରେ ପକାଇଥିଲା | ହେଲେ ଗତକାଲି ରାତ୍ର ୮ ଘଟିକା ସମୟରେ ମାଳିସାହି ସରକାରୀ ମଦ ଦୋକାନ ରେ ତହସିଲ ଡ୍ରାଇଭର ମହେଶ୍ୱର ମିଶ୍ର ଙ୍କ ସହ କିଛି ପଥର ମାଫିଆ ଏକତ୍ରିତ ହୋଇ ଆଲୋଚନା କରୁଥିବା ର ଏକ ଭିଡିଓ ଲାଗିଛି , ଯେଉଁଥିରେ ସ୍ପଷ୍ଟ ହୋଇଛି ଖଣି ମାଫିଆ ଓ ପଥର ମାଫିଆ ମାନଙ୍କ ସହିତ ତହସିଲ ଡ୍ରାଇଭର ଙ୍କ ନିବିଡ଼ ସମ୍ପର୍କ | ଯାହା ସାଧାରଣରେ ଆଲୋଚନା ହେଉଛି ଡ୍ରାଇଭର ଙ୍କୁ ମଧ୍ୟସ୍ଥି ରଖାଯାଇ ଟଙ୍କା ଆଦାୟ କରାଯାଉଛି ନା ମାଫିଆ ଙ୍କ ସୁରକ୍ଷା ବାଡ଼ ତହସିଲ ଡ୍ରାଇଭର | ତେବେ ଉକ୍ତ ଡ୍ରାଇଭର ଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲୁ କିନ୍ତୁ ସମ୍ଭବ ହୋଇ ପାରିନଥିବା ବେଳେ ନୂଆଗାଁ ତହସିଲଦାର ଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ମତାମତ ଦେବାକୁ ପଡିବ ବୋଲି ଗଣମାଧ୍ୟମ ପ୍ରତିନିଧି ଙ୍କ ଫୋନନଂ କୁ ବ୍ଲକ କରି ଦେଇଥିଲେ | ତେବେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ କାହା ବଳରେ ମାଫିଆ ମାନେ ବଳିୟାନ ବୋଲି ସ୍ପଷ୍ଟ ହେବ , ଏହା ସାଧାରଣରେ ମତ ପ୍ରକାଶ ପାଇଛି |

Leave a Reply

Your email address will not be published. Required fields are marked *