ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସଭାଗୃହରେ ମଙ୍ଗଳବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଲକ ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ଆଚାର୍ଯ୍ୟଙ୍କ ତତ୍ତ୍ଵାବଧାନରେ ବ୍ଳକର ସମସ୍ତ ପଞ୍ଚାୟତର ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କୁ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ସୂଚନା , ତାଲିମ ସଭା ମାଧ୍ୟମରେ ଦିଆଯାଇଛି । ୪ ଟି ପର୍ଯ୍ୟାୟରେ ଏହି ତାଲିମ ପ୍ରଦାନ କରାଯାଇଥିଲା । ଛେଣ୍ଡିପଦା ବ୍ଳକ ପଞ୍ଚାୟତ ଅଧିକାରୀ ଏ ସ ନୈବେଦ୍ୟ ଲଲାଟେନ୍ଦୁ ପ୍ରମୁଖ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ତାଲିମ ଦେଇଥିଲେ । ଏଥିରେ ଜିଲା ପରିଷଦ, ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ତାଲିମ ଦିଆଯାଇଥିଲା । ଏହି ଅବସରରେ ପ୍ରାର୍ଥୀ ମାନଙ୍କୁ ଦୈନନ୍ଦିନ ଖର୍ଚ୍ଚ, ଜିଏସଟି ଭାଉଚର, ଡାକବାଜି ଯନ୍ତ୍ର ଓ ଗାଡିର ବ୍ୟବହାର ଇତ୍ୟାଦି ଉପରେ ସବିଶେଷ ତଥ୍ୟ ଉପରେ ଜଣାଇ ଦିଆ ଯାଇଥିଲା । ଜିଲା ପରିଷଦ ପ୍ରାର୍ଥୀ ୫ ଟି ୪ ଚକିଆ ଗାଡ଼ି ଓ ୧୦ଟି ମଟରସାଇକଲ ଏବଂ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ୨ ଟି ୪ ଚକିଆ ଗାଡ଼ି ଓ ୫ ଟି ମଟର ସାଇକେଲ ବ୍ୟବହରା କରିବା ଉପରେ ଜଣାଇ ଦିଆଯାଇଥିଲା । ସେହି ଗାଡି ଭିତରେ ପ୍ରଚାର ଗାଡି ରହିବ । ଡାକବାଜି ଯନ୍ତ୍ର ପାଇଁ ଅନୁଗୋଳ ଉପ-ଜିଲାପାଳଙ୍କ ଠାରୁ ଅନୁମତି ଆଣିବାକୁ ପଡିବ । ଏହା ବ୍ୟତିତ ଅନ୍ୟାନ୍ୟ ଖର୍ଚ୍ଚ ଉପରେ ମଧ୍ୟ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା ।
ପ୍ରାର୍ଥୀ ମାନଙ୍କୁ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ତାଲିମ ସଭା !!!

