ଅସୁରକ୍ଷିତ କୁଆଁରିଆ ପୋଲ : ସାଧାରଣ ରେ ବୃଦ୍ଧି ପାଉଛି ଅସନ୍ତୋଷ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଅସୁରକ୍ଷିତ କୁଆଁରିଆ ପୋଲ , ସାଧାରଣ ରେ ବୃଦ୍ଧି ପାଉଛି ଅସନ୍ତୋଷ ! ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ଦୁର୍ଗାବଜାର ସ୍ଥିତ କୁଆଁରିଆ ପୋଲ ଵର୍ତମାନ ଅସୁରକ୍ଷିତ ଅବସ୍ଥାରେ ଥିବାରୁ ସାଧରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏହି ୫୭ ନଂ ଜାତୀୟ ରାଜପଥର ମାଇଛେଳି ଠାରୁ ବାଣୀଗୋଛା ପର୍ଯ୍ୟନ୍ତ ପ୍ରାୟ ୬୦ କିଲୋମିଟର ରାସ୍ତାର ଉନ୍ନତି କରଣ ପାଇଁ ଠିକାଦାର ସଂସ୍ଥା ୟୋଗେନ୍ଦ୍ର ଫାଇନାନ୍ସ କର୍ପୋରେସନକୁ ରାସ୍ତା ନିର୍ମାଣ ସହ ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା । ମାତ୍ର ସମ୍ପୃକ୍ତ ଠିକା ସଂସ୍ଥା କାମ ସାରି ଦେଇଥିବା ବେଳେ ରାସ୍ତାର ଅବସ୍ଥା ସୁଧୁରିବ କଣ ଏବେ ଅଧିକ ଦୂରାବସ୍ଥା ଉପୂଜିଛି । ଡ୍ରେନରେ ପାଣି ନିଷ୍କାସନ ତ ହେଉନାହିଁ ଡ୍ରେନ ପୋତି ହୋଇ ଯିବା ପରେ ମଶା ମାଛି ଓ ସରିସୃପଙ୍କ ପ୍ରାଦୃଭାବ ବଢୁଥିବା ବେଳେ ଡେଙ୍ଗୁ ରୋଗର ସଂକ୍ରମଣ ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ଅନ୍ୟ ପକ୍ଷରେ ରାସ୍ତାର ଅବସ୍ଥା କହିଲେ ନସରେ । ଦଶପଲ୍ଲା ଏନଏସି ମଧ୍ୟରେ ୫୭ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ବର୍ଷା ପାଣି ଜମା ହେବା ସହ କୁଆଁରିଆ ସେତୁ ଉପରେ ବିରାଟକାୟ ଖାଲ ସୃଷ୍ଟି ହେବା ଯୋଗୁ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ମାଲବାହି ଟ୍ରକ, ଯାତ୍ରୀବସ, କାର, ବାଇକ ଓ ସ୍କୁଲ ଛାତ୍ର ଛାତ୍ରୀ ମାନେ ସାଇକେଲ ଯୋଗେ ଯିବା ଆସିବା କରିଥାନ୍ତି । ସୃଷ୍ଟି ହୋଇଥିବା ଖାଲ ଯୋଗୁ ସମସ୍ତଙ୍କର ଯାତାୟାତ ବାଧାପ୍ରାପ୍ତ ହେଉଛି । ଏ ସମ୍ପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରଶାରଣ ହେବାପରେ ମଧ୍ୟ ସମ୍ପୁକ୍ତ ବିଭାଗ ନିଦ୍ରାରେ ଶୋଇ ଦୁର୍ଘଟଣା ଘଟିବାର ସ୍ୱପ୍ନ ଦେଖୁଛି । ଏପରିକି ସ୍ଥାନୀୟ ପ୍ରଶାସନ ଆଖି ବୁଜି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଣୁ ତୁରନ୍ତ ପୋଲ ନିର୍ମାଣ ସହ ବର୍ଷା ଜଳ ନିଷ୍କାସନର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *