ଭାରସାମ୍ୟ ହରାଇ ଓଲଟିଲା କଂକ୍ରିଟ ମିକ୍ସଚର ଗାଡି !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ମଲ୍ଲିକ : ଭୁବନେଶ୍ୱର ସହର ମଧ୍ୟରେ ଏକ କଂକ୍ରିଟ ମିକ୍ସର ଗାଡି ଦ୍ରୁତଗତିରେ ଯାଉଥିବା ବେଳେ ଓଲଟି ପଡିଛି ! ଘଟଣାଟି ଘଟିଛି ଭୁବନେଶ୍ୱର ସହର ମଧ୍ୟସ୍ଥ ଜାଭିୟର ଛକ ରୁ ଉତ୍କଳ ହସ୍ପିଟାଲ ମଧ୍ୟରେ ! ଏକ ଗୋଳେଇ ଛକରେ ଭାରସାମ୍ୟ ହରାଇ ଓଲଟି ପଡିଛି ଗାଡିଟି ! ଏହି ରାସ୍ତାଟି ସହରର ଏକ ଜନାକୀର୍ଣ୍ଣ ରାସ୍ତା ହୋଇଥିବାରୁ ଅଘଟଣରେ କିଛି କ୍ଷୟକ୍ଷତି ହୋଇନାହିଁ ! ଗାଡିର ଡ୍ରାଇଭର ଓ ସହାୟକ ସୁରକ୍ଷିତ ଅଛନ୍ତି , ଘଟଣାଟି ଭୁବନେଶ୍ୱର ର ମୈତ୍ରୀବିହାର ଥାନା ନିକଟରୁ ମାତ୍ର 500 ମିଟର ଦୂର ହୋଇଥିଲେ ମଧ୍ୟ ପୋଲିସ ବହୁ ବିଳମ୍ବରେ ପହଞ୍ଚି ଗାଡିଟିକୁ ନିଜ ନିୟନ୍ତ୍ରଣ କୁ ନେଇଥିଲେ !

Leave a Reply

Your email address will not be published. Required fields are marked *