ଅପରେସନ ଶେଷ : ସହଦେଵ ଏବେ ସୁସ୍ଥ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : Service Above Self – ଏ ଧାଡି କୁ ମଟୋ କରି ସମଗ୍ର ବିଶ୍ବରେ ସମାଜସେବା ଜାରି ରଖିଛି ରୋଟାରୀ ଗ୍ରୁପ ! ଓଡ଼ିଶାରେ ବିଭିନ୍ନ ଜାଗାରେ ରୋଟାରୀ ର ଶାଖା ରହିଥିବା ସମୟରେ , ନିଜର ସ୍ୱତନ୍ତ୍ର ପ୍ରୋଜେକ୍ଟ ଏବଂ ନିଆରା ପ୍ରୟାସ ଯୋଗୁଁ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି ରୋଟାରୀ କ୍ଲବ ଅଫ ଇନଫୋସିଟି ! ଆଜିର ଅପଡେଟ ଅନୁଯାୟୀ ରୋଟାରୀ କ୍ଲବ ଅଫ ଇନ୍ଫୋସିଟିର ଉଦ୍ୟମ ତଥା ରୋଟାରୀଆନ ଶୁଭ୍ରାଂଶୁ ତ୍ରିପାଠୀଙ୍କ ସହଯୋଗରେ ରାଜଧାନୀର ଏକ ଘରୋଇ ହାସପାତାଳରେ ତାଳଚେର ଅଞ୍ଚଳର ସହଦେଵ ବୋଷ ଙ୍କର ଓପନ ହାର୍ଟ ସର୍ଜରୀ କରାଯାଇଛି ! ଅପରେସନ ସଫଳତାର ସହ ଶେଷ ହୋଇଥିବା ବେଳେ ସହଦେଵ ଙ୍କୁ ଏବେ ଭେଣ୍ଟିଲେଟର ରେ ରଖାଯାଇଛି ! ମେଡିକାଲ କର୍ତ୍ତୁପକ୍ଷଙ୍କ ସୂଚନା ଅନୁଯାୟୀ ଆସନ୍ତା କାଲି ସହଦେଵ ସ୍ୱାଭାବିକ ଅବସ୍ଥାକୁ ଆସିଯିବେ ! ରୋଟାରୀ ଗୃପ ର ଏପରି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି !

Leave a Reply

Your email address will not be published. Required fields are marked *