ଆୱାଜ ମିଡ଼ିଆ ( ବ୍ୟୁରୋ ରିପୋର୍ଟ ) – ନୟାଗଡ : ଏକ ବର୍ଷ ତଳେ ଆୱାଜ ମିଡ଼ିଆ ପରିବାରରେ ସୃଷ୍ଟି ହୋଇଥିଲା ଶୂନ୍ୟସ୍ଥାନ ! ଆତ୍ମୀୟ ସ୍ୱଜନ , ପରିବାର , ବନ୍ଧୁ ବାନ୍ଧବ , ସାଙ୍ଗ ସାଥି ସମସ୍ତଙ୍କୁ ଛାଡି ପରଲୋକ ଚାଲି ଯାଇଥିଲେ ନୟାଗଡ ର ବରିଷ୍ଠ ସାମ୍ବାଦିକ କିଶୋର ମହାପାତ୍ର ! ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ ସୁଦ୍ଧା 2020 ମସିହା ଠାରୁ ଆୱାଜ ମିଡ଼ିଆ ର ନୟାଗଡ ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟ କରି ଆସୁଥିଲେ କିଶୋର ମହାପାତ୍ର ! ତାଙ୍କ ପରଲୋକ ଖବର ଶୁଣି ସମସ୍ତେ ହୋଇ ଯାଇଥିଲେ ସ୍ତବ୍ଧ ! ଯୁବ ସୁଲଭ ବ୍ୟବହାର , ନିର୍ଭିକ ଖବର ପରିବେଷଣ , ସ୍ପଷ୍ଟ ମତ ଓ ମନ୍ତବ୍ୟ ତାଙ୍କୁ ସବୁରି ମହଲରେ ଆଦର ର ପାତ୍ର କରିଥିଲା ! ଏବେ ବିତି ଯାଇଛି ଏକ ବରଷ , ସାଙ୍ଗ ସାଥି ପରିବାର ସମସ୍ତେ ଝୁରୁଛନ୍ତି ତାଙ୍କୁ !
ବିତିଯାଇଛି ବରଷେ : ହେଲେ ଏବେବି ଝୁରୁଛନ୍ତି ସାମ୍ବାଦିକ ବନ୍ଧୁ !!!

