ସର୍ଟ ସର୍କିଟ ରୁ ନିଆଁ ଲାଗି ଜଳିଗଲା ଧାନଗଦା !!!

0
333

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଭଗବାନପୁର ଗ୍ରାମରେ ଧାନ ଗଦାରେ ନିଆଁ ଲାଗି ଏକ ଏକରର ଅମଳ ହୋଇଥିବା ଧାନ ନଷ୍ଟ ହୋଇଯାଇଛି । ଭଗବାନ ପୁର ସତ୍ୟବାଦୀ ନାୟକ ଓ ଶରତ ମହାନ୍ତି ବିଲରୁ ଧାନ ଅମଳ କରି ଖଳାରେ ଗଦାମାରି ରଖିଥିଲେ । ଖଳା ପାଖରେ ଏକ ଟ୍ରାନ୍ସଫର୍ମର ଥିବାରୁ ସେଠାରୁ ସର୍ଟ ସର୍କିଟ ହୋଇ ଧାନ ଗଦାରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଯିବାରୁ ଏକ ଏକର ର ଧାନ ନଷ୍ଟ ଫସଲ ନଷ୍ଟ ହୋଇଯାଇଛି । ଖବର ପାଇ ଖଣ୍ଡପଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା, ଯାହା ଫଳରେ ଆଖପାଖରେ ଥିବା ଧାନ ଗଦା ନିଆଁ ଲାଗିବାରୁ ବର୍ତ୍ତି ଯାଇଥିଲା । ଧାନ ଗଦାରେ ନିଆଁ ଲାଗିଯିବାରୁ ସତ୍ୟବାଦୀ ଓ ଶରତଙ୍କର ବର୍ଷ ତମାମ ପରିଶ୍ରମ ପୋଡି ନଷ୍ଟ ହୋଇଯାଇଛି । ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଅଞ୍ଚଳ ବାସି ଦାବି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here