ବ୍ୟୁରୋ ରିପୋର୍ଟ ( ଆୱାଜ ମିଡ଼ିଆ ) : ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ପରିଚାଳନା କମିଟିର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . ଦିଲ୍ଲୀର ତ୍ୟାଗରାଜ ଜଗନ୍ନାଥ ମନ୍ଦିରର ସୁଭଦ୍ରା କଳା ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଭାରତର ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ଗୋପାଳ ବଲ୍ଲଭ ପଟ୍ଟନାୟକ . ଜୁମ ଆପ ମାଧ୍ୟମରେ ପୂର୍ବତନ ମୁଖ୍ୟ ବିଚାରପତି ଯୋଗ ଦେଇଥିବା ସମୟରେ ପ୍ରତ୍ୟକ୍ଷ ଭାବରେ ସଦସ୍ୟ ମାନଙ୍କ ଗହଣରେ ଉପସ୍ଥିତ ରହିଥିଲେ ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସକ ଶ୍ରୀଯୁକ୍ତ ଅମରେନ୍ଦ୍ର ଖଟୁଆ , ବର୍ତ୍ତମାନ ଭାରତ ସରକାରଙ୍କର ପଞ୍ଚାୟତ ରାଜ ବିଭାଗର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ସଞ୍ଜୀବ ପାଟ ଯୋଶୀ . ବରିଷ୍ଠ ଆଇନଜୀବୀ କେ.ସି ନାୟକ ଏବଂ ବରିଷ୍ଠ ସମାଜସେବୀ ଶ୍ରୀମତୀ ଝୁମ୍ ଝୁମ ପାଢ଼ୀ . ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର କାର୍ଯ୍ୟକାରୀଣୀ ସଦସ୍ୟ ବନ୍ଧୁମାନଙ୍କ ଗହଣରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଙ୍ଗୀତ ସାଧକ ତଥା ଗୁରୁ ଆଚାର୍ଯ୍ୟ ଅଭିମନ୍ୟୁଙ୍କ ସୁମଧୁର କଣ୍ଠରେ କବି ଜୟଦେବଙ୍କ ରଚିତ ଦଶ ଅବତାର ଶ୍ଲୋକକୁ ଗାନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ୨୦୨୦ବର୍ଷରେ ନିର୍ବାଚିତ ସଦସ୍ୟ ମାନଙ୍କୁ ଶପଥ ପାଠ କରାଇଥିଲେ । ସଂଯୋଜକ ପ୍ରବୀର ମହାନ୍ତି, ସଭାପତି ମୀନକେତନ ସାମଲ, ଦୁଇ ଉପ-ସଭାପତି ପୁଷ୍ପାଞ୍ଜଳି ବାରିକ ଓ ରିତା ପାତ୍ର, ସମ୍ପାଦକ ମୀନକେତନ ମିଶ୍ର, ଦୁଇ ସହ-ସମ୍ପାଦକ ସନ୍ତୋଷ ରାଉତ ଓ ସରିତା ମହାପାତ୍ର , କୋଷାଧ୍ୟକ୍ଷ ବସନ୍ତ ଜେନା ଓ ସହ କୋଷାଧ୍ୟକ୍ଷ ଅସିତ୍ ପରିଡ଼ା ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ଜୁମ ମାଧ୍ୟମରେ ଅନେକ ସଦସ୍ୟ ବାହାରେ ରହି ଉପଭୋଗ କରିଥିଲେ। ସଦସ୍ୟ ମାନଙ୍କର ଶପଥ ପାଠ ମାତୃଭାଷା ଓଡିଆରେ କରାଯାଇଥିଲା . ଭାରତର ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ପଞ୍ଜିକୃତ ସଂଗଠନ ପରିଚାଳନା କମିଟି ଦାୟିତ୍ଵ ଗ୍ରହଣ କରିବା ପାଇଁ ଏମିତି ଅଭିନବ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲା । ଓଡ଼ିଆ ଜାତିର ହକ୍ ପାଇଁ ଦିଲ୍ଲୀ ଦରବାରରେ ସମସ୍ତ ସମସ୍ୟାର ସମାଧାନ ରାସ୍ତା ବାହାର କରିବା ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ଉପସ୍ଥାପନା କରିବା ପାଇଁ ନୂତନ କମିଟି ସଂକଳ୍ପ ବଦ୍ଧ ବୋଲି ନିର୍ବାଚିତ ସଦସ୍ୟ ବନ୍ଧୁ ମାନେ ମତ ବ୍ୟକ୍ତ କରିଥିଲେ । ପ୍ରାୟ ୫୦ ରୁ ଉର୍ଦ୍ଧ ସଂଗଠନର ସହଯୋଗରେ ଗଠିତ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର RPOP ଆଗାମୀ ଦିନରେ ଓଡ଼ିଆ ଭାଇ ଭଉଣୀ ମାନଙ୍କର ସୁଖ ଦୁଃଖ ରେ ସାମିଲ ହୋଇ ପାରିବ ବୋଲି ମୁଖ୍ୟ ବକ୍ତା କହିଥିଲେ। ଭାଷା ସାହିତ୍ୟ ଓ ପ୍ରଶାସନିକ ଉପଲବ୍ଧି ବିଷୟରେ ଶ୍ରୀଯୁକ୍ତ ଖଟୁଆ ଓ ଶ୍ରୀ ଯୁକ୍ତ ପାଟଯୋଶୀ କାର୍ଯ୍ୟ କରିବା ପାଇଁ ନୂତନ କମିଟି କୁ ପରାମର୍ଶ ଦେଇ ଥିଲେ । ସମସ୍ତ ସଦସ୍ୟ ଓ ପରିବାର ପାଇଁ ପ୍ରସାଦର ବ୍ୟବସ୍ଥା କରା ଯାଇଥିଲା ।