ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ରକ୍ତଦାନ ଶିବିର : ୫୭ ୟୁନିଟ୍ ରକ୍ତ ସଂଗ୍ରହ !!!

0
392
Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଅଡିଟୋରିୟମ ହଲ ରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ବାଣପୁର ବାଲୁଗାଁ ରୋଟାରୀ କ୍ଲବ ମିଳିତ ଆନୁକୁଲ୍ୟରେ ଆୟୋଜିତ ରକ୍ତଦାନ ଶିବିର ରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଠାରୁ ୫୭ ୟୁନିଟ ରକ୍ତ ଖୋର୍ଦ୍ଧା ବ୍ଲଡବ୍ୟାଙ୍କ ର ୬ଜଣିଆ ଟିମ୍ ଦ୍ଵାରା ସଂଗ୍ରହ କରାଯାଇଥିଲା ! ରକ୍ତଦାନ ଶିବିରରେ ମହାବିଦ୍ୟାଳୟର ଏନଏସଏସ, ଏନସିସି, ୟାଇଆରସି ଓ ରେଞ୍ଜର ରୋଭାର ଗ୍ରୁପର ଛାତ୍ର ଛାତ୍ରୀ ମାନେ ରକ୍ତ ଦାନ କରିଥିଲେ । ଏହାକୁ ଗୋଦାବରୀଶ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିନାୟକ ହୋତା , ଲକ୍ଷ୍ମୀଧର ମିଶ୍ର ,ରୋଟରିକ୍ଳବ ର ପୂର୍ବତନ ସଭାପତି ରବିନ୍ଦ୍ର ନାରାୟଣ ପାଲ , ଧୀରେନ୍ଦ୍ର ନାଥ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here