ସିଆରପିଏଫ ବାଟାଲିୟନ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି ଅବସରରେ ବାଲିଗୁଡା ବ୍ଲକ ଅଧିନସ୍ଥ ସୀତାପଡି, ଜକିକିଆ, ତଗାକିଆ, ମାଲୁମିଲା ମୁଣ୍ଡପାରହା, ବାଟାଗୁଡା ଓ ଦେଉଳପଙ୍ଗା ଗ୍ରାମରେ “ସ୍ୱାଧୀନତାର ଅମୃତ ମହୋତ୍ସବ” ଅଭିଯାନ ଅନ୍ତର୍ଗତରେ “ମେରୀ ମାଟି, ମେରା ଦେଶ” କାର୍ଯ୍ୟକ୍ରମ ଜରିଆରେ ଅମୃତ କଳସ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସିଆରପିଏଫ ସଦସ୍ୟ ମାନେ ଉକ୍ତ ଗ୍ରାମର ବାସିନ୍ଦା, ସରପଞ୍ଚ ଓ ଗ୍ରାମବାସୀ ତଥା ଅଞ୍ଚଳର ସମସ୍ତ ଜନ ପ୍ରତିନିଧିଙ୍କ ନିକଟରେ ପହଞ୍ଚି ହାତରେ ମାଟି କଳସ ନେଇ”ମେରୀ ମାଟି, ମେରା ଦେଶ” ବୋଲି ଶପଥ ଗ୍ରହଣ କରିଥିଲେ। ଏଥିରେ ୧୨୭ ବାଟାଲିୟନ ସିଆରପିଏଫ ର କମାଣ୍ଡାଣ୍ଟ ଆନନ୍ଦ ଝା ଅତିଥି ଭାବେ ଯୋଗଦେଇ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପ କମାଣ୍ଡେଣ୍ଟ ବିପିନ କୁମାର ତଥା ସହାୟକ କମାଣ୍ଡେଣ୍ଟ କୁମାର ରାଘବେନ୍ଦ୍ର, ୱାର୍ଡ ପ୍ରତିନିଧି ତଥା ଅଶୋକ ମଳିକ, ପ୍ରଶାନ୍ତ ମଳିକ, ସରପଞ୍ଚ ମିଡିଆକିଆ ଏବଂ ନେହେରୁ ଯୁବ କେନ୍ଦ୍ର ର କର୍ମକର୍ତ୍ତା, ସିଆରପିଏଫର ଜବାନ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *