ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଣ୍ଢେଇ ମେଳା ଏବଂ ବିଜ୍ଞାନ ମେଳା ଅନୁଷ୍ଠିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୧୪୨ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୨ ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ପୌର ପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇ ଦୈନନ୍ଦିନ ଜୀବନରେ ବିଜ୍ଞାନର ବ୍ଯବହାର ବିଷୟରେ ଆଲୋଚନା କରିବା ସହିତ ବିଜ୍ଞାନ ଯୁଗରେ ପ୍ରତ୍ଯେକ ଅଭିଭାବକ ନିଜ ନିଜର ଶିଶୁମାନଙ୍କୁ ଅନ୍ଧ ବିଶ୍ବାସରୁ ଦୂରେଇ ଉପଯୁକ୍ତ ସଂସ୍କାରରେ ଗଢିବା ପାଇଁ ନିବେଦନ କରିଥିଲେ । ବିଜ୍ଞାନ ମେଳାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ବିଜ୍ଞାନ ମେଳା ପ୍ରକଳ୍ପ ଗୁଡିକୁ ମୂଲ୍ଯାୟନ କରିବା ପାଇଁ ବିଚାରକ ତଥା ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଅନାଦି ଚରଣ ମହାନ୍ତି , ସମଗ୍ର ଶିକ୍ଷା ଅଭିଯାନର ରାଜ୍ୟ ରିସୋର୍ସ ପର୍ସନ ରବି ନାରାୟଣ ପାତ୍ର ଓ ପିଣ୍ଡିକେଶ ଆଞ୍ଚଳିକ ମହାବିଦ୍ୟାଳୟର ଜୀବ ବିଜ୍ଞାନ ଅଧ୍ଯାପକ ଆଲୋକ ଚନ୍ଦ୍ର ସାମନ୍ତରାୟ ଯୋଗଦେଇ ପ୍ରକଳ୍ପ ଗୁଡିକୁ ମୂଲ୍ଯାୟାନ କରିଥିଲା ବେଳେ ବିଦ୍ଯାଳୟର ରଂଜନ ଗୁରୁଜୀ ଓ ବିନୋଦିନୀ ଗୁରୁମା କଣ୍ଢେଇ ମେଳାର ପ୍ରକଳ୍ପ ଗୁଡିକୁ ମୂଲ୍ଯାୟନ କରିଥିଲେ । ବରିଷ୍ଠ ବର୍ଗରେ ହନିମେଷ ଡାକୁଆ ପ୍ରଥମ ହୋଇଥିଲା ବେଳେ ପ୍ରିତିଶ୍ ବିଶ୍ବାଳ ଦ୍ବିତୀୟ ଓ ଅଙ୍କିତା ଶୁଭଦର୍ଶିନୀ ୩ୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଉପ ବରିଷ୍ଠ ବର୍ଗରେ ବିଶ୍ବବିଜିତା ମହାନ୍ତି ଓ ସଚିନ୍ ପାତ୍ର ଯୁଗ୍ମ ଭାବେ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ଅବିନାଶ ସାହୁ ଦ୍ବିତୀୟ ଓ ଶୁଭଶ୍ରୀ ସାହୁ ୩ୟ ସ୍ଥାନ ଅଧିକାର କରିଛନ୍ତି । କନିଷ୍ଠ ବର୍ଗରେ ସାଇଶ୍ରୀ ପ୍ରିୟଦର୍ଶିନୀ ପ୍ରଥମ ହୋଇଥିଲା ବେଳେ ଲକ୍ଷ୍ମୀପ୍ରିୟା ନାୟକ ଦ୍ବିତୀୟ ଏବଂ ଜ୍ଯୋତି ପ୍ରକାଶ ମହାପାତ୍ର ୩ୟ ସ୍ଥାନ ଅଧିକାର କରିଛନ୍ତି।ଉପ କନିଷ୍ଠ ବର୍ଗରେ ସ୍ମ୍ରୁତି ପ୍ରିୟା ସାହୁ ପ୍ରଥମ ହୋଇଥିଲା ବେଳେ କାଳିଆ କାହ୍ନୁ ବିଶ୍ବାଳ ଓ ଶୁଭ୍ରାଂଶୁ କୁମାର ବେହେରା ଯୁଗ୍ମ ଭାବେ ଦ୍ବିତୀୟ ଓ ଆଦ୍ଯାସ୍ମିତା ମହାପାତ୍ର ୩ୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି କଣ୍ଢେଇ ମେଳାରେ ଦେବସ୍ମିତା ନାୟକ ପ୍ରଥମ ହୋଇଥିଲା ବେଳେ ପ୍ରତ୍ଯୁଷ ରଂଜନ ସାହୁ ଦ୍ବିତୀୟ, ଆଦ୍ଯା ପ୍ରିୟଦର୍ଶିନୀ ଓ ମଧୁସୂଦନ ସାହୁ ଯୁଗ୍ମ ଭାବେ ୩ୟ ସ୍ଥାନ ଅଧିକାର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ବିଜ୍ଞାନ ଶିକ୍ଷକ ପବିତ୍ର ସାହୁ, ନିର୍ମଳ କୁମାର ସାହୁ ଓ ଶୁଭଶ୍ରୀ ପଟ୍ଟନାୟକ ମୂଲ୍ଯାୟନ କାର୍ଯ୍ୟରେ ସହଯୋଗ କରିଥିଲାବେଳେ ସମସ୍ତ ଗୁରୁଜୀ ଗୁରୁମା ମାନେ ଅକ୍ଳାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପ୍ରିୟମ୍ବଦା ଗୁରୁମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲାବେଳେ ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *