ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳା ପୌର ପରିଷଦରେ ବଢ଼ିବାରେ ଲାଗିଛି ଟ୍ରାଫିକ ସମସ୍ୟା . ଜନଗହଳି ଓ ବେଆଇନ ପାର୍କିଙ୍ଗ ଟ୍ରାଫିକ ସମସ୍ୟାର କାରଣ ହୋଇଥିବା ସମୟରେ ପରିସ୍ଥିତିକୁ ଅଧିକ ଗୁରୁତର କରିଛନ୍ତି ବୁଲା ଜୀବଜନ୍ତୁ . ରାଜ୍ୟର ସର୍ଵ ପୁରାତନ ତଥା ଦ୍ଵିତୀୟ ପୌର ପରିଷଦ ଭାବେ ପରିଚିତ ପାରଳା ପୌର ପରିଷଦରେ ସ୍ଥିତି ହୋଇଛି ଅସମ୍ଭାଳ . ବିପର୍ଯ୍ୟସ୍ଥ ଟ୍ରାଫିକ କାରଣରୁ ଲୋକେ ଭୋଗୁଛନ୍ତି ନାହିଁ ନଥିବା ଅବସ୍ଥା . ସହରବାସୀଙ୍କ ଅନ୍ୟ ଏକ ମୁଖ୍ୟ ସମସ୍ୟା ହେଉଛି ପରିମଳ ବ୍ୟବସ୍ଥା . ବହୁ ପ୍ରତିବାଦ ଅଭିଯୋଗ ପରେବି ସୁଧୁରୁନାହିଁ ଅବସ୍ଥା . ସହର ମଧ୍ୟରେ ବୁଲା ଗାଈ ଗୋରୁ କୁକୁର ଘୁଷୁରୀ ଅବାଧ ଚଳପ୍ରଚଳ କରି ଅବସ୍ଥା ବେହାଲ କରୁଛନ୍ତି . ବୁଲା ଜୀବଜନ୍ତୁଙ୍କ କାରଣରୁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟୁଛି । ରାସ୍ତା ପାର୍ଶ୍ଵରେ ଥିବା ବୁଲା ଗାଈ ଗୋରୁ କୁକୁର ଘୁଷୁରୀ ରାସ୍ତାର ମଧ୍ୟ ଭାଗକୁ ହଠାତ ଆସିବା ଯୋଗୁଁ ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ଘଟୁଛି ।ଏହାର ସ୍ଥାୟୀ ସମାଧାନ କରିବାରେ ପୌର ପରିଷଦ ବିଫଳ ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସହରବାସୀ ଦାବୀ କରୁଛନ୍ତି .