ବଜ୍ରପାତ ନେଇଗଲା ଅନାମ ମୁଦୁଲି ଙ୍କ ଜୀବନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁଲେଇ ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଲରେ କାମ କରୁଥିବା ସମୟରେ ଅଚାନକ ଘନେଇ ଆସିଲା କଳା ବାଦଲ , ଚାହୁଁ ଚାହୁଁ ବର୍ଷା ସାଙ୍ଗକୁ ମାରି ଚାଲିଲା ବିଜୁଳି ! ସାଙ୍ଗକୁ ଘଡଘଡି, ଉପାୟ ନପାଇ ଯାଇ ପାରିଲେନି ଯୁବକ । ରହି ଯାଇଥିଲେ ସେଇ ବିଲ ପାଖରେ । ବାଣପୁର କୁଲେଇ ପଞ୍ଚାୟତ ହଜ ଗ୍ରାମର ଅନାମ ମୁଦୁଲି ବୟସ ୪୫ ବର୍ଷ ବୟସ । ବିଲରେ କାମ କରିବା ସମୟରେ ବଜ୍ରପାତ ରେ ଟଳି ପଡିଲେ ବିଲରେ । ଗ୍ରାମର ଲୋକେ ଖବର ପାଇ ସେଠାକୁ ଯାଇ ଦେଖିଲା ବେଳକୁ ଅନାମଙ୍କ ମୃତ୍ୟୁ ହୋଇ ଯାଇଥିଲା । ତାଙ୍କର ଏଭଳି ଦୈବୀ ଦୁର୍ବିପାକରୁ ମୃତ୍ୟୁକୁ ନେଇ ଗାଁରେ ଲାଗି ରହିଛି ଶୋକାକୁଳ ପରିବେଶ ।

Leave a Reply

Your email address will not be published. Required fields are marked *