ବାଣପୁରରେ କବି ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ : କବିତା ପାଠୋତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ” ଉଠ କଙ୍କାଳ ” ପରି କାଳଜୟୀ ଉଦବୋଧନୀ କବିତାର ରଚୟିତା , “ନିଆଁଖୁଣ୍ଟା ” ପରି ପ୍ରତିଷ୍ଠିତ ବ୍ୟଙ୍ଗ ପତ୍ରିକାର ସଂପାଦକ, ମାଗୁଣିର ଶଗଡ଼, ନୀଳମାଷ୍ଟ୍ରାଣୀ ପରି ଖ୍ୟାତିସମ୍ପନ୍ନ ମାନବବାଦୀ ଗଳ୍ପର ଗାଳ୍ପିକ, ଔପନାସିକ କବି ଗୋଦାବରୀଶ ମହାପାତ୍ରଙ୍କ ୧୨୫ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ସହିତ ଶତାଧିକ ପ୍ରତିଷ୍ଠିତ କବିମାନଙ୍କ ବର୍ଣ୍ଣାଢ୍ୟ କବିତା ପାଠୋତ୍ସବ ନେହେରୁ ସେବା ସଂଘର କନକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସ୍ଥାନୀୟ ଚିଲିକା ସାହିତ୍ୟ ସମାଜ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସାହିତ୍ୟ ସମାଜ ର ସଭାପତି କବି ବାଳମୁକୁନ୍ଦ ଦାସ ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର, ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟ କୁମାର ଶତପଥୀ, ମୁଖ୍ୟ ବକ୍ତା ସୁସାହିତ୍ୟିକ ନାଟ୍ୟକାର ସୁବାସ ଚନ୍ଦ୍ର ମହାପାତ୍ର, ସମ୍ମାନନୀୟ ବକ୍ତା ଗାଳ୍ପିକ ଶିବ ମିଶ୍ର ଓ ନୃସିଂହ ପ୍ରସାଦ ମିଶ୍ର ଯୋଗଦାନ କରି ମହାପାତ୍ର ସାହିତ୍ୟର ପୁଙ୍ଖା ନୁପୁଙ୍ଖ ଆଲୋଚନା କରି ଓଡ଼ିଶାର ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିବା ତାଙ୍କ କାଳଜୟୀ କବିତା, ଗଳ୍ପ, ଉପନ୍ୟାସ, ଶିଶୁ ସାହିତ୍ୟ , ବ୍ୟଙ୍ଗ , ସମାଲୋଚନା, ସଂସ୍କାର ଧର୍ମୀ ଓ ମାନବ ବାଦୀ ଗଳ୍ପ କବିତା ଚିରକାଳ ଧରି ଓଡ଼ିଆ ସାହିତ୍ୟର ପାଠକଙ୍କ ହୃଦୟରେ ଜାଜୁଲ୍ୟମାନ ହେଉଥିବ ବୋଲି ପ୍ରକାଶ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ କବି ପୁରୁଷୋତ୍ତମ ମହାପାତ୍ରଙ୍କ ସଭାପତିତ୍ଵରେ ଏବଂ କବି ସଂଗ୍ରାମ କେଶରୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ବର୍ଣ୍ଣାଢ୍ୟ କବିତା ପାଠୋତ୍ସବରେ ଲବ୍ଧ ପ୍ରତିଷ୍ଠ କବି ଓମପ୍ରକାଶ ଅଗ୍ରୱଲା , ଭିକାରୀଚରଣ ପ୍ରଧାନ, ମଦନ ମୋହନ ମହାପାତ୍ର, ଆନନ୍ଦ ଚନ୍ଦ୍ର ସେନାପତି, ରଙ୍କନାଥ ସେଠୀ, ରମେଶ ଚନ୍ଦ୍ର ମହାପାତ୍ର, ରଶ୍ମିତା ମିଶ୍ର, ପ୍ରିୟଦର୍ଶିନୀ ମହାରଣା, ସୁଶାନ୍ତ ଦାଶ, ଶିଶିର ଦାସ, ଶେଷଦେବ ମହାରଣା , ରାଜେନ୍ଦ୍ର ରଥ , ଗୋଲକ ବିହାରୀ ପରୀଡ଼ା, ବୈରାଗୀ ବଳ, ରବି ମାନସିଂ ,ଡଃ ନୃସିଂହ ପ୍ରଧାନ, ଦେବାଶୀଷ ପଟ୍ଟନାୟକଙ୍କ ସମେତ ଶତାଧିକ ସାରସ୍ଵତ ପ୍ରତିଭା ସ୍ଵରଚିତ କବିତା ଆବୃତ୍ତି କରି ଗୋଦାବରୀଶ ଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଅଧ୍ୟାପକ ଡଃ କୈଳାସ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଅଧ୍ୟାପକ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଧନ୍ୟବାଦାର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *