ପାରଳାଖେମୁଣ୍ଡି ବନଖଣ୍ଡ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବନଖଣ୍ଡ ମୁଖ୍ୟ କାର୍ଯ୍ୟାଳୟ ଠାରେ ବନ ବିଭାଗ ତରଫରୁ ବନ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପରିସର ଏବଂ ନିକଟସ୍ଥ ଏରିଆ ମଧ୍ୟରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ .ଆନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ବନଖଣ୍ଡର ସହକାରୀ ବନ ସଂରକ୍ଷକ ଶ୍ରୀ ଅରୁଣ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସଫେଇ କାର୍ଯ୍ୟ କରିଥିଲେ I ଏହି କାର୍ଯ୍ୟକ୍ରମ ଦେବଗିରି ବନାଞ୍ଚଳ ଅଧିକାରୀ ଏନ.ଡ଼ି.ଶର୍ମା , ବନପାଳ ପି ଭେଙ୍କଟ ରମଣ ଙ୍କ ସହଯୋଗରେ ବନରକ୍ଷୀ ପ୍ରସାଦ ନାୟକ, ସନ୍ତୋଷ କୁମାର ପରିଛା, , ଦେବଗିରି ବନାଞ୍ଚଳର ସମସ୍ତ ବନପାଳ,ବନରକ୍ଷୀ ,ଜଙ୍ଗଲ ସୁରକ୍ଷା କର୍ମୀ ତଥା ବନଖଣ୍ଡ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ ଷ୍ଟାଫ ଉପସ୍ଥିତ ରହି ଏହି ସଫେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ I ଗଣ୍ଡାହାତି ଜଳପ୍ରପାତ ଠାରେ ମହେନ୍ଦ୍ର ବନାଞ୍ଚଳ ତରଫରୁ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା I ଏହି ସଫେଇ କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ଶ୍ରୀ ଅରୁଣ କୁମାର ସାହୁ ଙ୍କ ପ୍ରତାକ୍ଷ ତତ୍ୱାବଧାନରେ ମହେନ୍ଦ୍ର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ସହ ସମସ୍ତ ବନପାଳ, ବନରକ୍ଷୀ, ଜଙ୍ଗଲ ସୁରକ୍ଷା କର୍ମୀ ସହଯୋଗ କରି ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା I

Leave a Reply

Your email address will not be published. Required fields are marked *