ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମଝି ଚିଲିକାରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା ! ଡଙ୍ଗା ସାହାଯ୍ୟରେ ମାଛ ମାରିବାକୁ ଯାଉଥିବା ସମୟରେ ଜଣେ ଯୁବକ ଡଙ୍ଗା ରୁ ଚିଲିକା ପାଣିରେ ଖସି ପଡ଼ି ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପ୍ରତ୍ୟେକ ଦିନ ଭଳି ଶୁକ୍ରବାର ସକାଳୁ ମଧ୍ୟ ବାଲୁଗାଁ ସାମନ୍ତରାପୁର ଗ୍ରାମର ଅଭି ଦିହୁଡି ଙ୍କ ସାନ ପୁଅ ମୁନା ଦିହୁଡି (୩୩) ମାଛମରା ଡ଼ଙ୍ଗା ନେଇ ଚିଲିକା କଂସାରୀ ନଈ ଅଭିମୁଖେ ମାଛ ମାରିବାକୁ ଯାଉଥିବା ବେଳେ ଅସାବଧାନତା ସହ ବାଲୁଗାଁ ଜେଟି ଓ କଳିଯୁଗେଶ୍ଵର ପାହାଡ଼ ମଝି ଚିଲିକା ପାଣିରେ ଡଙ୍ଗାରୁ ଖସି ପଡ଼ିଥିଲେ । ଯାହା ଫଳରେ ଚିଲିକା ପାଣି ମଧ୍ୟରେ ତାଙ୍କର ସଙ୍ଗେ ସଙ୍ଗେ ମୃତ୍ୟୁ ଘଟିଥିଲା । ସ୍ଥାନୀୟ କିଛି ନାବିକ ତାଙ୍କ ମୃତଦେହ କୁ ଦେଖି ବାଲୁଗାଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠେଇଥିଲେ । ଉକ୍ତ ଘଟଣା କୁ ନେଇ ସାମନ୍ତରାପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଶୋକାକୁଳ ପରିବେଶ ।।
ମଝି ଚିଲିକାରେ ଡଙ୍ଗାରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ !!!

