ପାରଳାଖେମୁଣ୍ଡି ରେ ରଥଯାତ୍ରା ଧୁମଧାମରେ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ରଥଯାତ୍ରା ମହା ସମାରୋହରେ ପାଳିତ ହୋଇ ଯାଇଛି। ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ରଥଯାତ୍ରା ପାରଳାଖେମୁଣ୍ଡିରେ ଅନୁଷ୍ଠିତ ହୋଇ ଯାଇଛି।ପାଗ ଶୁଖିଲା ଥିବାରୁ ଭକ୍ତ ମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସକାଶେ ଆସିଥିଲେ।ସକାଳୁ ଠାକୁରଙ୍କ ଯଥା ନୀତିକାନ୍ତି ଶେଷ ପରେ ତିନିରଥର ପ୍ରତିଷ୍ଠା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା।12 ତିରିଶ ମିନିଟ ଠାରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଏବଂ ତାପରେ ମହାଦେଇ କଲ୍ୟାଣି ଗଜପତି ତିନି ରଥରେ ଛେରା ପହଁରା କରିଥିଲେ।ଅପରାହ୍ନ ସାଢ଼େ 4 ଘଣ୍ଟା ସମୟରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ରଥ ଟଣା ସମୟରେ ବିଭିନ୍ନ ସାଂସ୍କୃତିକ ଦଳ ସଂକୀର୍ତ୍ତନ ଦଳ ନୃତ୍ୟ କୀର୍ତ୍ତନ ସହ ପାରମ୍ପରିକ ନୃତ୍ୟ ଦେଖିବାକୁ ମିଳିଥିଲା ରଥ ଟାଣିବା ପାଇଁ ହଜାର ହଜାର ଭକ୍ତ ମାନେ ସାମିଲ ହୋଇଥିଲେ। ମାଆ ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣି ଥିଲେ। ଏହି ରଥ ଟଣା ସମୟରେ ଲୋକଙ୍କ ସେବା ପାଇଁ ଅଗ୍ନିଶମ ବିଭାଗ, ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ଼ କେଡର ମାନେ ଜଳ ସିଞ୍ଚନ କରୁଥିବାର ଦେଖିବାକୁ ମିଳିଥିଲା।ସ୍ବେଚ୍ଛାସେବୀ ଅନୁଷ୍ଠାନମାନେ ଜନ ସାଧାରଣଙ୍କ ନିମନ୍ତେ ଅନ୍ନ ପ୍ରସାଦ,ଆଦିତ୍ୟ ବାହୀନି ତରଫରୁ ଟଙ୍କ ତୋରାଣୀ,ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ଦଳ ପକ୍ଷରୁ ଦହି ପଣା ବଣ୍ଟନ କରୁଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସକାଶେ ପୋଲିସ ମୃତୟନ କରା ଯାଇଥିଲା।ତିନି ଠାକୁରଙ୍କ ରଥ ଗୁଣ୍ଡିଚା ବାଡ଼ିରେ ନିକଟରେ ପହଞ୍ଚି ଥିଲା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଧାର ବିବରଣୀ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉପଜିଲ୍ଲା ଅନୁପ ପଣ୍ଡା, ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ,ବନଖଣ୍ଡ ଅଧିକାରୀ କେ ନାଗରାଜୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *