ନୟାଗଡ଼ ଜିଲ୍ଲାରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ !!!

0
110

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଆଜି ଠାରୁ ଜିଲ୍ଲାରେ ବୁଲିବ ସାଇବର ସୁରକ୍ଷା ସଚେତନତା ରଥ । ନୟାଗଡ ପୁରୁଣା ବସଷ୍ଟାଣ୍ଡ ଠାରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଏନେଇ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ହେବା ସହ ଏହି ରଥର ଶୁଭାରମ୍ଭ ହୋଇଛି । ରାଜ୍ୟ ସରକାର ଓ ରାଜ୍ୟ ପୋଲିସର ସାଇବର ସୁରକ୍ଷା ଅଭିଯାନ ଅର୍ନ୍ତର୍ଗତ ଥିବା ଏହି ରଥର ଶୁଭାରମ୍ଭ ଉତ୍ସବରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ , ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଏସପି ରାହୁଲ ଜୈନ , ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ଯୋଗଦେଇ ରଥର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ଆସନ୍ତା ୧୫ ତାରିଖ ପଯ୍ୟନ୍ତ ଜିଲ୍ଲାର ୮ ଟି ବ୍ଲକ ଓ ୧୩ ଟି ପୋଲିସ ଥାନା ଅଞ୍ଚଳରେ ବୁଲିବା ସହ ସାଇବର ସୁରକ୍ଷା ନେଇ ଲୋକଙ୍କୁ ଭିଡିଓ , ସଙ୍ଗୀତ , ପୋଷ୍ଟର ଓ ବିଭିନ୍ନ ଲେଖା ମାଧ୍ୟମରେ ସାଇବର ସଚେତନତା ବାର୍ତ୍ତା ଦେବ । ଏହି ସଚେତନତା କାର୍ଯ୍ୟକ୍ରମ ସାରା ରାଜ୍ୟରେ ଆଜିଠାରୁ ଆରମ୍ଭ କରାଯାଇଥିବା ବେଳେ ନୟାଗଡ ଜିଲ୍ଲାରେ ସାଇବର କ୍ରାଇମ ନେଇ ସଚେତନ ରଥ ବେଶ ଉପଯୋଗୀ ହେବ ବୋଲି ଏସପି ରାହୁଲ ଜୈନ ସୁଚନା ଦେଇଛନ୍ତି । କାର୍ଯ୍ୟକ୍ରମ ରେ ବିଭିନ୍ନ ଥାନାର ପୋଲିସ ଅଧିକାରୀ ମାନଙ୍କ ସହ ବହୁ ସଂଖ୍ୟାରେ ସଚେତନ ନାଗରିକ, ଜନସାଧାରଣ ଓ ଯୁବଗୋଷ୍ଠୀ ଯୋଗଦେଇ ସାଇବର ସୁରକ୍ଷା ସଚେତନତା ଗାଡିର ଶୁଭାରମ୍ଭକୁ ଉତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here