ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୂର୍ବତନ ଅଧକ୍ଷ ଲଷ୍ମୀଧର ଭୋଳଙ୍କ ସତର ତମ ଶ୍ରାଦ୍ଧ ଦିବସ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରେ ପାଳିତ ହୋଇଯାଇଛି l ଏହି ଅବସରରେ ଗ୍ରାମୀଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଲେଜର ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ, ଛାତ୍ରୀ, ପ୍ରତିଷ୍ଠାତା ଙ୍କ ଦୁଇ ସୁପୁତ୍ର, ଅନେକ ଶିକ୍ଷାବିତ ଓ ବୁଦ୍ଧିଜୀବ ମାନେ ଯୋଗି ପୋଖରୀ ରେ ତିଳ ତର୍ପଣ କରିବା ସହ ବିଦ୍ୟାଳୟ ରେ ଥିବା ତାଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ପ୍ରଦାନ କରି ତାଙ୍କର ସ୍ମୁତି ଚାରଣ କରିଥିଲେ ! ଲଷ୍ମୀଧର ଭୋଳ ଏକାଧାର ରେ ଜଣେ ଅନନ୍ୟ ଶିକ୍ଷାବିତ, ସମାଜସେବୀ , ରାଜନେତା, ପରୋପକାରୀ ଓ ଜ୍ଞାନୀ ଗୁଣି ବ୍ୟକ୍ତି ଥିଲେ l ବାଣପୁର ଅଞ୍ଚଳ ର ମହିଳା ମାନେ ଶିକ୍ଷା ରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖି ସେମାନଙ୍କ ପାଇଁ ମହିଳା ବିଦ୍ୟାଳୟ ଟି ସ୍ଥାପନ କରିଥିଲେ l ଶିକ୍ଷା କ୍ଷେତ୍ର ରେ ତାଙ୍କର ଅବଦାନ ଅତୁଳନୀୟ ହୋଇଥିବାରୁ ତାଙ୍କର ମୃତ୍ୟୁ ପରେ ତାଙ୍କ ସ୍ମୃତି ରେ ଉକ୍ତ ବିଦ୍ୟାଳୟ ପରିସରରେ ତାଙ୍କ ପ୍ରତିମୂର୍ତ୍ତି ତାଙ୍କ ପରିବାର ଓ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ବସାଇଥିଲେ l ବିଦ୍ୟାଳୟ ର ସ୍ମରଣୀୟ ମୁହୂର୍ତ ମାନଙ୍କରେ ସ୍ବର୍ଗତ ଲଷ୍ମୀଧର ଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ କରି ବିଦ୍ୟାଳୟ ର ଛାତ୍ରୀ ମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠାତା ସମ୍ପାଦକଙ୍କର ଶ୍ରାଦ୍ଧ ଦିବସ ପାଳିତ !!!

