ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଧରାପୃଷ୍ଟରେ ଶରତ ର ଆଗମନ । ମେଘମୁକ୍ତ ନିର୍ମଳ ଆକାଶ I ସବୁଜ କେଦାର ଧାରେ ଧାରେ ଢ଼ଳଢଳ ଉଲ୍ଲସିତ କାଶତଣ୍ଡୀ । କଳକଳ ତଟିନୀର କାଚ଼ କେନ୍ଦୁ ଜଳ । ଅପେକ୍ଷା ମା’ଙ୍କ ଆଗମନକୁ । ଆଶ୍ଵିନ କୃଷ୍ଣ ଅଷ୍ଟମୀ । ମା’ ଆସୁଛନ୍ତି । ଦେହ ମନ …! ପ୍ରାଣରେ ଅପୂର୍ବ ଶିହରଣ । ସଚରାଚ଼ର ଜୀବଜଗତ ରେ ଅପୂର୍ବ ଆନନ୍ଦ । ନୀଳ କଇଁର ପାଖୁଡ଼ାରେ ଶିଶିର ସରସ ବିନ୍ଦୁ ଝଲମଲ । ଖୋର୍ଦ୍ଧା ଜିଲ୍ଲାର ପ୍ରଖ୍ୟାତ ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା ଭଗବତୀଙ୍କ ପୀଠ ଚଳଚଞ୍ଚଳ । ଆଶ୍ୱିନ କୃଷ୍ଣ ଅଷ୍ଟମୀ ମୂଳାଷ୍ଟମୀ ଦେବୀ ଉତ୍ଥାପନ ସହସ୍ର କୁମ୍ଭ ଅଭିଷେକ । ଚିଲିକାରେ ନୌବିହାର ସାରି ଶୟନରେ ଥିଲେ ମା’ । ଆଜି ଅମୃତଲଗ୍ନରେ ସ୍ରୋତ୍ରୀୟ ବ୍ରାହ୍ମଣ ପଣ୍ଡିତ ବାମନ ଚରଣ ଦାଶ ଓ ସନତ ରଥ ଙ୍କମନ୍ତ୍ର ଉଚ୍ଚାରଣ, ଘଣ୍ଟା ଘଣ୍ଟ କାହାଳୀ ଢେ।ଲମହୁରୀର, ନିନାଦରେ ପାଳିଆ ମାଳିଙ୍କ ଡାକ “ଉଠମା ରାଜରାଜେଶ୍ଵରୀ, ତ୍ରିଭୂବନ ମୋହିନୀ, ମହାମାଇ, କଲ୍ୟାଣମୟୀ, ଆନନ୍ଦମୟୀ ମା’। ଜଗତର କଲ୍ୟାଣ ପାଇଁ ନିଦ୍ରା ଭଙ୍ଗ ହେଉ ମା'”ରେ ମା’ ନିଦ୍ରାରୁ ଉଠିଛନ୍ତି । ସହସ୍ରକୁମ୍ଭ ସୁବାଷିତଜଳରେ ସ୍ନାନ କରାଯାଇ ରାଜାଙ୍କ ପ୍ରଦତ୍ତ ପାଟବସ୍ତ୍ର , ମନ୍ଦାର ମାଳ ପରିଧାନ ପରେ ସେ ବାୟତଙ୍କ ଗହଣରେ ମା’କାଠି ଠାକୁରାଣୀ ଥାଟ ପଟୁଆରରେ ନୃତ୍ୟ କରି ପର୍ବଗୃହକୁ ବିଜେ କରି ବେ ମା’ । ନିଶାର୍ଦ୍ଧରେ ଆରମ୍ଭ ହେବ ତନ୍ତ୍ର ପୂଜା । ପର୍ବ ଆରମ୍ଭ ପୂର୍ବରୁ ମନ୍ଦିର ପୁରୋହିତ ସାରଦା ପ୍ରସାଦସାମନ୍ତରାୟ ସେବାୟତଙ୍କ ଗହଣରେ ପାରିକୁଦ ରାଜାସାହେବ ଙ୍କ ନଅରରୁ ରାଜାଙ୍କ ଅନୁପସ୍ତିତିରେ ରାଜଗୁରୁଙ୍କ ଠାରୁ ଗୁଆ ପଇତାଗ୍ରହଣ କରିବା ପରେ ଶ୍ରୀ ଶ୍ରୀ ଦ6କ୍ଷଶ୍ଵର ଦେବଙ୍କ ପୀଠରେ ନୀତିକାନ୍ତି ଆରମ୍ଭ ହୋଇଥିଲା । ମା’ କନକ ଦୁର୍ଗା କଦଳୀ ବୃକ୍ଷଆମ୍ରପତ୍ର ତୋରଣ ଆଛାଦିତ ସ୍ନାନବେଦୀରେ ସ୍ନାନ ସାରି ସିଂହାସନ କୁ ବିଜେ କରିବାପରେ ଷୋଡଷ ଉପଚାରରେ ପୂଜା କରାଯାଇଥିଲା । ମନ୍ଦିରର ପରମ୍ପରା କ୍ରମେ ଅଷ୍ଟମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଭଗବତାଙ୍କ ଚଳନ୍ତି ପ୍ରତିମା ମା’କାଠି ଠାକୁରାଣୀ ବନ ଦୁର୍ଗା ବେଶରେ ପ୍ରତିଦିନ ସଂଧ୍ୟାରେ ନୃତ୍ୟ କରି ନିଜ ମନ୍ଦିରର ପର୍ବଗୃହରେ ବିଜେ କରିବା ପରେ ବାହାର ପର୍ବ ଅନୁଷ୍ଠିତ ହେବ । ସବୁଠାରୁ ନିଆରା ପରମ୍ପରା ଅନୁସାରେ ନରବଳୀର ପ୍ରତୀକବଳି ଜେନା ନୃତ୍ୟ ମଧ୍ୟ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଠାରୁ ପ୍ରକାଶ।

