ବୋଲଗଡ଼ ବ୍ଲକରେ ବିଜେଡି ର ଜନ ସଂମ୍ପର୍କ ପଦ ଯାତ୍ରା !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋଲଗଡ଼ ବ୍ଲକର ୨୫ ନଂ ଜୋନରେ ବିଜୁ ଜନତା ଦଳର ଜନ ସଂମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ସାହୁଙ୍କ ନେତୃତ୍ବରେ ମୁଖ୍ଯ ଅତିଥି ଭାବେ ଜନ ସଂମ୍ପର୍କ ଯାତ୍ରା ର ଖୋର୍ଦ୍ଧା ଜିଲ୍ଲାର ପଯ୍ୟବେକ୍ଷକ ରଶ୍ମି ରଞ୍ଜନ ମିଶ୍ର ଯୋଗ ଦେଇଥିଲେ । ବୋଲଗଡ଼ ଗୋପବନ୍ଧୁ ଛକ ଠାରୁ ବଜାର ରାସ୍ତା ଦେଇ ଏକ ବିଶାଳ ଶୋଭାଯାତ୍ରାରେ ଛଅ ଗୋଟି ବଜାର ପରିକ୍ରମା କରି ମଙ୍ଗଳା ମନ୍ଦିର ଛକ ଠାରେ ଶେଷ ହୋଇଥିଲା । ରାଜ୍ୟ ସରକାରଙ୍କର ବିଭିନ୍ନ ଜନ ହିତକର ଯୋଜନା ଓ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ମାନ୍ୟବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅହରହ ଉଦ୍ଯମ ସଂମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ଯରେ ଜିଲ୍ଲା ପରିଷଦ ୨୫ନଂ ଜୋନ ସଭ୍ଯା ସୁନନ୍ଦିତା ସାହୁ, ୨୬ନଂ ଜୋନର ସୁବାଷ ରାୟଗୁରୁ, ୨୭ନଂ ଜୋନ ସଭ୍ଯ ପ୍ରଦିପ ଛୋଟରାୟ, , ବିଜେଡି ବ୍ଳକ ସଭାପତି ବନା ମାଝି, ମହିଳା ସଭାନେତ୍ରୀ ପ୍ରଭାତି ରାଉତରାୟ, , ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ ପ୍ରଧାନଙ୍କ ସମେତ ବହୁ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ, ଏସଏଚଜି ମହିଳା ଏବଂ ଯୁବ ଛାତ୍ର ବିଜେଡି ର ଶତାଧିକ ସଭ୍ଯ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *