ଅଧା ବାଟରେ ହାତ ଛାଡିଦେଲା ସାତ ଦିନର ସ୍ୱାମୀ !!!

0
194

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) -ପ୍ରଫୁଲ୍ଲ କୁମାର ମଲ୍ଲ : ପ୍ରେମ କଲା, ଶାରୀରିକ ସମ୍ପର୍କ ରଖିଲା , ସାତ ଜନ୍ମ କୁ ସାକ୍ଷୀ ରଖି ବିବାହ କଲା ! କିନ୍ତୁ ସାତ ଦିନରେ ଛାଡି ଚାଲିଗଲା ସ୍ୱାମୀ l ହଁ ଦର୍ଶକ ବନ୍ଧୁ ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଞ୍ଚଳରେ l ଅଭିଯୋଗ ଅନୁଯାୟୀ ଡେରାବିଶ ଥାନା ତିଳକଣା ଗାଁ ର ନବଘନ ମଳିକ ଙ୍କ ଝିଅ ସିନା ମଳିକ ଗତ କିଛିଦିନ ତଳେ ସେହି ଗାଁର ରମେଶ ରାଉତ ଙ୍କ ପୁଅ ପ୍ରକାଶ ରାଉତ ଙ୍କ ସହ କେଉଁଆଡେ ପଳେଇ ଯାଇଥିଲେ l ଏହାପରେ ନବଘନ ଡେରାବିଶ ଥାନାରେ ଝିଅର ନିଖୋଜ ନେଇ ଅଭିଯୋଗ କରିଥିଲେ l ପରେ ଥାନା ପକ୍ଷରୁ ଉଭୟ ଝିଅ ଏବଂ ପୁଅଙ୍କୁ ଧରି ଝିଅର ବାପା ନବଘନ ଜିମା ଦେଇଥିଲେ l ନବଘନ ଉଭୟ ଝିଅ ପୁଅ କୁ ବାଘଇଲୋ ରାମେଶ୍ୱର ମନ୍ଦିରରେ ବିବାହ କରିବା ସହ ତାଙ୍କର ନୋଟାରୀ ବିବାହ ମଧ୍ୟ କରାଇଥିଲେ l ଝିଅ ଅନ୍ୟ ଜାତିର ହେଇଥିବାରୁ ପୁଅ ପ୍ରକାଶ ରାଉତ ଝିଅଙ୍କୁ ଧରି ଖୋର୍ଦ୍ଧାର ଏକ ଭଡା ଘରେ ନେଇ ସାତ ଦିନ ପର୍ଯ୍ୟନ୍ତ ରଖିଥିଲେ l ଉଭୟ ସ୍ୱାମୀ ସ୍ତ୍ରୀ ପରିଚୟ ରେ ମଧ୍ୟ ରହି ଆସୁଥିଲେ l ହେଲେ ହଠାତ ଗତ 2 ତାରିଖରେ ଗାଁ କୁ ବୁଲିବାକୁ ଯାଉଛି କହି ସ୍ୱାମୀ ପ୍ରକାଶ ନିଜ ସ୍ତ୍ରୀ ସିନା ଙ୍କୁ ସାଙ୍ଗରେ ଧରି ବସ ଯୋଗେ ଗାଁ କୁ ଫେରିଥିଲେ l ଗାଁ କୁ ଫେରିବାର ଅଧା ବାଟରେ ଲଷ୍ମୀନାରାୟଣ ପୁର ଛକରେ ସ୍ୱାମୀ ପ୍ରକାଶ , ପାଖରୁ ଟିକେ ଆସେ କହି କେଉଁଆଡେ ନିଖୋଜ ହେଇଗଲl l କିଛି ସମୟ ଅପେକ୍ଷା କରିବା ପରେ ସ୍ୱାମୀ କୁ ନପାଇ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା ଜଣକ l ତେବେ ଏ ଘଟଣାକୁ ନେଇ ପୋଲିସ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here