ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ରଣପୁରର ମା’ ମଣିନାଗ ପୀଠ !!

1
320

Loading

ରଣପୁର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ପର୍ବତମାଳାର ଶିଖର ଦେଶରେ ସମୁଦ୍ର ପତ୍ତନର ୧୮୯୩ ଫୁଟ ଉଚ୍ଚରେ ଅବସ୍ଥିତ ନୟାଗଡ଼ ଜିଲ୍ଲା ରଣପୁରର ପ୍ରସିଦ୍ଧ ମା’ ମଣିନାଗ ପୀଠ l ଏହାର ଅନ୍ୟ ଦୁଇଟି ଉଚ୍ଚଶୃଙ୍ଗ ‘ଟଗମରା’ ଓ ‘ଜରଜରି’ ସମୁଦ୍ର ପତ୍ତନ ଠାରୁ ଯଥାକ୍ରମେ ୨୦୪୯ ଫୁଟ ଓ ୨୦୭୮ ଫୁଟ ଉଚ୍ଚରେ ଅବସ୍ଥିତ l ଏହି ପର୍ବତମାଳା ଓଡ଼ିଶାର ଦାରିଙ୍ଗବାଡି, ଦେଓମାଳୀ ଏବଂ କେରଳର “କୁନୁର ” ସ୍ଥାନର ଭ୍ରମ ସୃଷ୍ଟି କରୁଥିବା ପର୍ଯ୍ୟଟକ ମାନେ ମତ ଦିଅନ୍ତି l ନୟାଗଡ଼ ଜିଲ୍ଲା ରଣପୁର ଉପର ମାଣିନାଗର ଦୃଶ୍ୟ l ପ୍ରାକୃତିକ ପରିବେଶରେ କୁତ୍ରିମ ଛିଟା ଲାଗିବା ପରେ ବଦଳିଛି ପରିବେଶ l ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟକୁ ଜାବୁଡ଼ି ଧରିଛି ଉପର ମଣିନାଗ l ପ୍ରକୃତି କୋଳରେ କିଛି ସମୟ ବିତାଇବା ପାଇଁ କାହିଁ କେଉଁ ସ୍ଥାନରୁ ଏଠାକୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ l ସୁଉଚ୍ଚ ପର୍ଵତରୁ ସୁନ୍ଦର ଐତିହାସିକ ସହର ରଣପୁର ଗଡ଼କୁ ଦେଖିବାକୁ କାହାର ଅବା ଇଚ୍ଛା ନଥାଏ l ଯୁଆଡ଼େ ଦେଖିଲେ ଚାରିଆଡେ ଖାଲି ସୁଉଚ୍ଚ ପର୍ବତମାଳା l ରଣପୁର ଉପର ମଣିନାଗକୁ ପ୍ରଶସ୍ତ ପିଚୁ ରାସ୍ତା ହେବା ପରେ ବଦଳିଯାଇଛି ଏଠାକାର ଅପରୂପ ସୌନ୍ଦର୍ଯ୍ୟ l କ୍ୟାମେରା ଲେନ୍ସରେ ଏହି ସ୍ଥାନଟି କଏଦ ହେବା ପରେ ଏହା ପବନ ବେଗରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା l ଫଳରେ ଏହା ପରେ ଏଠାକୁ ପୂର୍ବାପେକ୍ଷା ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇଥିଲା l ପୂର୍ବରୁ ଏଠାକୁ ଚାଲି ଚାଲି ବିପଦପୂର୍ଣ୍ଣ ଭାବେ ଯିବାକୁ ପଡୁଥିଲା ମାତ୍ର ଏବେ କେଇ ମିନିଟରେ ପାହାଡ଼ର ଶୀର୍ଷରେ ପହଞ୍ଚି ଯାଉଛନ୍ତି ପର୍ଯ୍ୟଟକ l ପାହାଡ଼ ଉପରେ ପହଂଚୁ ପହଂଚୁ କିଏ ସେଲ୍ଫି ନେଉଛି ତ ପୁଣି କିଏ ପ୍ରକୃତି ସହିତ ନିଜକୁ ଭିଜେଇ ଦେଉଛି l ସକାଳର ଥଣ୍ଡା ଥଣ୍ଡା ପବନ ଆଉ ଅପରାହ୍ନରେ ପାହାଡ଼ ଉହାଡ଼ରୁ ସୂର୍ଯ୍ୟଦେବତାଙ୍କ ରକ୍ତିମ ଆଭା ପର୍ଯ୍ୟଟକଙ୍କୁ ମନ୍ତମୁଗ୍ଧ କରୁଛି l ଦୀର୍ଘ ସମୟ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଏସବୁ ବାନ୍ଧି ରଖୁଛି l ସେହିଭଳି ବର୍ଷା ପରେ ଏବଂ ସକାଳର ଘନ କୁହୁଡି ପର୍ବତମାଳାର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥାଏ l ଯୁବ ପିଢ଼ିଙ୍କ ପାଇଁ ପ୍ରଥମ ପସନ୍ଦ ଆଉ ସେଲ୍ଫି ପଏଣ୍ଟ ସାଜିଛି ଉପର ମଣିନାଗ l ପାହାଡ଼ ଉପରେ ଏକ ଛୋଟ ମନ୍ଦିରରେ ପୂଜା ପାଉଛନ୍ତି ଆରାଧ୍ୟ୍ୟ ଦେବି ମା ମଣିନାଗ l ତେବେ ପୂର୍ବରୁ ଦେବୀଙ୍କ ନିକଟରେ ନରବଳି ଦେବା ପ୍ରଥା ପ୍ରଚଳିତ ଥିଲାବେଳେ ୧୯୩୯ ମସିହାଠାରୁ ଏହି ଘୃଣ୍ୟ ବଳିପ୍ରଥା ବନ୍ଦ ରହିଛି l

1 COMMENT

  1. ପଯ୍ୟଟକ ଙ୍କ ରହିବ ତଥା ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ପ୍ରତି କି ପ୍ରକାର ବ୍ୟବସ୍ଥା କୁ ଦୃଷ୍ଟି ଦିଆଯାଇଛି କି

LEAVE A REPLY

Please enter your comment!
Please enter your name here