୩୧ ତମ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ୨୦୨୩ ପାଇଁ ପ୍ରକଳ୍ପ ପ୍ରସ୍ତୁତି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୋଷାଣୀ ବ୍ଲକ୍ କତଲକୋଇଥା ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ଜାଜପୁର ର ଛାତ୍ର / ଛାତ୍ରୀ ମାନେ ୩୧ ତମ ପିଲାଙ୍କ ଜାତୀୟ ବିଜ୍ଞାନକଂଗ୍ରେସ ୨୦୨୩ ପାଇଁ ପ୍ରକଳ୍ପ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ମୁଖ୍ୟ ବିଷୟ ” ସ୍ୱାସ୍ଥ୍ୟ ଓ ସୁସ୍ଥତା ସକାଶେ ଆମ ପରିସଂସ୍ଥା କୁ ଜାଣିବା ” ଓ ଉପବିଶୟ “ସ୍ୱାସ୍ଥ୍ୟ, ପୃଷ୍ଟି ଓ ସୁସ୍ଥତା ସକାଶେ ପ୍ରୋଶ୍ଚାହନ / ବିକାଶ ଦିଗ ରେ ପଦକ୍ଷେପ ” ଉପରେ ଆଧାରିତ “ଜାଜପୁର ଗ୍ରାମରେ ଗୋପାଳନ ଉପରେ ସର୍ବେ୍ଷଣ” କୁ ନେଇ ପ୍ରକଳ୍ପ ପ୍ରସ୍ତୁତ କରିବା ପାଇଁ ଦଲର ମୁଖ୍ୟ ଅନିତା ପ୍ରଧାନ, ଅଷ୍ଟମ ଶ୍ରେଣୀ ଛାତ୍ରୀ ଓ ସହଯୋଗୀ ଛାତ୍ର ନିରଞ୍ଜନ ପ୍ରଧାନ, ଅଷ୍ଟମ ଶ୍ରେଣୀ ସହାୟକ ଶିକ୍ଷୟତ୍ରୀ ନର୍ମଦା ଦେଇ ଙ୍କ ତତ୍ତ୍ଵାବଧନରେ ଜାଜପୁର ଗ୍ରାମ ବୁଲି ଗୋପାଳନ ର ସର୍ବେକ୍ଷଣ ଆରମ୍ଭ କରିଛନ୍ତି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଙ୍କ ସହଯୋଗରେ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି । ଆସନ୍ତା ୧୩.୧୦.୨୦୨୩ ତାରିଖ ରେ ବି ଏ ମ ଉଚ୍ଚ ବିଦ୍ୟାଳୟ ଖାରାଡ ଠାରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ। ଏହି ପ୍ରକଳ୍ପ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଜ୍ଞାନ ପ୍ରଣାଳୀରେ ଆଚଳିକ ସମସ୍ୟା କୁ ସମାଧାନ କରି ଉନ୍ନତ ଗୋ ପାଳନ ଦ୍ଵାରା ଆର୍ଥିକ ଅବସ୍ଥା ର ଉନ୍ନତି କରିବା।

Leave a Reply

Your email address will not be published. Required fields are marked *