ବାଣପୁର ବ୍ଲକରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର : ୧୧୫ ୟୁନିଟ ରକ୍ତ ସଂଗ୍ରହ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକର ପଲଟଣ ପଡିଆ ସ୍ଥିତ ସହିଦ କୃତିବାସ ଭବନରେ ଠାରେ ବିଜୁ ଯୁବ ଛାତ୍ର ଜନତା ଦଳର ବାଣପୁର ବ୍ଲକ ସଭାପତି କୌଳାସ ମହାପାତ୍ର ଙ୍କ ତତ୍ୱାବଧାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ରକ୍ତଦାନ ଶିବିରକୁ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ପ୍ରଦିପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ରକ୍ତଦାନ ଶିବିରରେ ମହିଳାଙ୍କ ସମେତ ପୁରୁଷ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଏଥିରେ ୧୧୫ ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ – ଯୁବକ ମାନେ ତୁମେ ରକ୍ତଦାନ କର ଯେପରି ମୋ ଓଡ଼ିଶାର କେହି ରକ୍ତର ଅଭାବରେ ମୃତ୍ଯୁବରଣ କରିବେ ନାହିଁ ଓ ବାହାନଗା ରେଳ ଦୁର୍ଘଟଣା ରେ ସ୍ଥାନିୟ ଯୁବକ ମାନଙ୍କ କାର୍ଯ୍ୟକଳାପ ଉପରେ ଉପାଧ୍ୟକ୍ଷ ବକ୍ତବ୍ଯ ରଖିଥିଲେ । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ସାସଂଦ ପ୍ରତିନିଧି ମାନସ ପ୍ରଧାନ, କୁମାର ଜଗ୍ଗତବଲଭ ମହାରଥା, ମନୋଜ ପ୍ରଧାନ , ନିଲେଶ ବରାଳ ,ବେବିନା ତ୍ରିପାଠୀ , କବିତା ମହାପାତ୍ର , ଅଜୟ ରାଉଳ , ଚିତ୍ତରଂଜନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ସବଡ଼ିଭିଜିନାଲ ହସ୍ପିଟାଲର ରକ୍ତ ସଂଗ୍ରହ ଅଧିକାରୀ ଡକ୍ଟର ଗୋବିନ୍ଦଚନ୍ଦ୍ର ମହାପାତ୍ରଙ୍କ ସହଯୋଗ କ୍ରମେ ଅନ୍ୟ ମେଡିକାଲ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *