ସ୍ୱଚ୍ଛତା ନେଇ ସରକାରଙ୍କ ବାହାସ୍ଫୋଟ : ସଫେଇ କର୍ମଚାରୀ ରାଜରାସ୍ତାରେ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଗୋଟିଏ ପଟେ ସ୍ୱଚ୍ଛତା ସ୍ଲୋଗାନ ଓ ଯୋଜନାକୁ ନେଇ ସରକାର ବାହାସ୍ଫୋଟ ମାରୁଥିବା ସମୟରେ , ସର୍ବନିମ୍ନ ଦାବୀ ପୂରଣ ପାଇଁ ସଫେଇ କର୍ମଚାରୀ ବସିଛନ୍ତି ରାଜରାସ୍ତାରେ ! ନା ମିଳୁଛି ପରିଶ୍ରମ ଅନୁଯାୟୀ ପାରିଶ୍ରମିକ , ନା ମିଳୁଛି ବୋନସ ! ଅଭିଯୋଗ କଲେ ମିଳୁଛି ଛଟେଇ ର ଧମକ ! ଏପରି ଅଭିଯୋଗ ଆଣିଛନ୍ତି ରାଜଧାନୀ ଗାନ୍ଧୀ ମାର୍ଗରେ ଧାରଣା ଦେଇଥିବା ଠିକା ସଫେଇ ଶ୍ରମିକ ସଂଘର ସଦସ୍ୟ ! ସ୍ୱଚ୍ଛ ଭାରତ ଯୋଜନାରେ ନିୟୋଜିତ କିରାଣୀ ଠାରୁ ଆରମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଆର୍ଥିକ ସ୍ୱଚ୍ଛଳ , ହେଲେ ଯାହା କାମ ଯୋଗୁଁ ସ୍ଲୋଗାନ ସଫଳ , ଯିଏ ଅଳିଆ ଉଠାଇଲେ ଯାଇ ସବୁ କିଛି ନିର୍ମଳ , ସେମାନେ ହୋଇ ପଡିଛନ୍ତି ଅବହେଳିତ !

Leave a Reply

Your email address will not be published. Required fields are marked *