ବାଣପୁରରେ ଭକ୍ତଙ୍କ ଗହଳିରେ ମା” ଭଗବତୀ ଓ ମା” ବିରଜାଇଙ୍କ ଭେଟ ଯାତ୍ରା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା” ଭଗବତୀଙ୍କ ର ଶାରଦୀୟ ପର୍ବ ଅବସରରେ ପବିତ୍ର ମହାଳୟା ଅମାବାସ୍ୟାରେ ଆଜି ରାତିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଭେଟଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମା” ଭଗବତୀଙ୍କ ତାଙ୍କ ପରମ ଭକ୍ତ ବଳିଜେନାକୁ ସାଥିରେ ନେଇ , ଭେଟ ଅମାବାସ୍ୟା ଯାତ୍ରା ଆରମ୍ଭ କରିଛନ୍ତି । ମା” ଭଗବତୀଙ୍କ ବଡ ଭଉଣୀ ବିରଜାଇଙ୍କ ବିଜେ ପ୍ରତିମା ସ୍ବରୂପ କାଠି ଠାକୁରାଣୀଙ୍କ ଘଣ୍ଟ ଘଣ୍ଟା, ଖୋଳତାଳ, ଢୋଲ, ତୂରୀ, ଛତ୍ରୀ ଓ ଶଙ୍କନାଦରେ ତାଳେ ତାଳେ ନାଚି ନାଚି ମା” ଭଗବତୀଙ୍କ ମନ୍ଦିରରୁ ବିଜେ ହୋଇଥିଲେ । ଠିକ୍ ସେହିପରି ମା” ଭଗବତୀଙ୍କ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରଠାରୁ ନାଚି ନାଚି ପୁରୁଣା ବଜାରରେ ବିଜେ ହୋଇଥିଲେ । ମା” ଙ୍କର ସେବକ ଦିଅଁ ବିଜେ କରିଥିବା ବେଳେ କାଠି ନାହକ ସମେତ ଅଙ୍ଗରକ୍ଷୀ ସେବକ ମାନେ ମା” ଙ୍କର ଭେଟ ଯାତ୍ରାରେ ସାମିଲ ହୋଇଥିଲେ । ବିପୁଳ ଜନ ସମାଗମ ମଧ୍ୟରେ ମା” ଭଗବତୀଙ୍କ ସହ ମା” ବିରଜାଇଙ୍କର ଭେଟ ହୋଇଥିଲା । ମା” ଭଗବତୀଙ୍କ ଭେଟ ଯାତ୍ରା ପରେ ମା” ବିରଜାଇଙ୍କ କାଠି ଠାକୁରାଣୀ ସାତବଖରା ଗୃହକୁ ପତ୍ୟାବର୍ତ୍ତନ କରିଥିଲେ । ସେହିପରି ମା” ଭଗବତୀଙ୍କ କାଠି ଠାକୁରାଣୀ ସ୍ବରୂପ ବିଜେ ପ୍ରତିଭା ମୁଖ୍ୟ ମନ୍ଦିରକୁ ବିଜେ କରିଥିଲେ । ମା” ଭଗବତୀ ଓ ମା” ବିରଜାଇଙ୍କ ଭେଟ ଯାତ୍ରା ଦେଖିବା ପାଇଁ ବାଣପୁର ବାଲୁଗାଁ ଓ ତାର ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଶାନ୍ତିଶୃଙ୍ଖଳା ବଜାଇ ରଖିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *