ବାଲୁଗାଁ କଲେଜରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ତଥା ଦେଶରେ ଦିନକୁ ଦିନ ସାଇବର ଅପରାଧୀ ମାନେ ସକ୍ରିୟ ହେବା ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାବ୍ୟାପୀ ଅନୁଷ୍ଠିତ ହେଉଛି l ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ଙ୍କ ସମେତ ଉପଖଣ୍ଡ ପୋଲିସ ଅଧିକାରୀ ଶେଖର ମିଶ୍ର ଙ୍କୁ ମହାବିଦ୍ୟାଳୟର ଏନସିସି କ୍ୟାଡେଟ ମାନେ ପ୍ୟାରେଡ ମାଧ୍ୟମରେ ପାଛୋଟି ଆଣିବା ପରେ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ l ଏହାପରେ ମହାବିଦ୍ୟାଳୟର ସଭାଗୃହରେ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଅତିରିକ୍ତ ଏସପି ସୁରେନ୍ଦ୍ରନାଥ ମୁର୍ମୁ ଉଦଘାଟନ କରିଥିଲେ l ଏହାପରେ ମହାବିଦ୍ୟାଳୟ ଅଧ୍ୟକ୍ଷl ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ପରେ ଶ୍ରୀଯୁକ୍ତ ମୁର୍ମୁ ଅଧ୍ୟକ୍ଷl ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଛାତ୍ରୀ ଦୀପ୍ତି ସାହୁ ଓ ପ୍ରଜ୍ଞାସ୍ମିତା ସାହୁଙ୍କ ସ୍ୱାଗତ ସଂଗୀତ ଓ ପୋଲିସ ସବ ଇନ୍ସପେକ୍ଟର ଦିଲ୍ଲୀପ କୁମାର ସାହୁଙ୍କ ସଂଗୀତ ପରିବେଷଣ ପରେ ସଂଯୋଜକ ତଥା ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ବାଲୁଗାଁ ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ଏହାପରେ କେ ଦିନେଶ ସାଇବର ଠକେଇର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇବା ସହ ସାଇବର ସୁରକ୍ଷାର ସାଧାରଣ ସୂତ୍ର ଓ ମୋବାଇଲର ଯାନ୍ତ୍ରିକ କୌଶଳ ବିଷୟରେ ସଚେତନତା ସୃଷ୍ଟି କରିଥିଲେ l ଏହାପରେ ସମ୍ମାନିତ ଅତିଥି ତଥା ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ପ୍ରବାସ କୁମାର ସୁନ୍ଦରାୟ ସାଇବର ଠକେଇରୁ ଦୁରେଇ ରହିବା,ନିଜର ଓଟିପିକୁ ହସ୍ତାନ୍ତର ନ କରିବା,ଅଜଣା ଫୋନ କଲ ଦ୍ୱାରା ଅର୍ଥ ଲୋଭରେ ବ୍ୟାଙ୍କ ବିବରଣୀ ନ ଦେବା ସମ୍ପର୍କରେ ଛାତ୍ର ଛାତ୍ରୀ ଓ ଯୁବବର୍ଗଙ୍କୁ ପରାମର୍ଶ ଦେଇଥିଲେ l ପ୍ରାଧ୍ୟାପକ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି ଦେଶର ବିଭିନ୍ନ ସାଇବର ଏନ୍ତୁଡ଼ିଶାଳ ବିଷୟରେ ସୂଚନା ଦେବା ସହ ସାମ୍ପ୍ରତିକ ସମୟର ଏହା ବଡ଼ ଅପରାଧ ବୋଲି ସୂଚନା ଦେଇଥିଲେ l ଏହାପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମୁର୍ମୁ ଜିଲ୍ଲା ବ୍ୟାପୀ ଏହି ସଚେତନତା କାର୍ଯ୍ୟକ୍ରମରେ ସମସ୍ତଙ୍କର ସମ୍ପୃକ୍ତି ଓ ଗ୍ରହଣଶୀଳତା କାମନା କରିଥିଲେ l ସଭାପତି ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶ ସାଇବର ସୁରକ୍ଷାକୁ ଜୀବନ ସୁରକ୍ଷା ବୋଲି ନାମିତ କରିବା ସହ ମହାବିଦ୍ୟାଳୟର ବିଭିନ୍ନ ଶ୍ରେଣୀରେ ଏହି ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଶିକ୍ଷାର୍ଥୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ l ଏହି ପରିପ୍ରେକ୍ଷୀରେ ଏନସିସି,ଏନଏସଏସ ଓ ଯୁବ ରେଡ଼କ୍ରସର ସ୍ବେଛାସେବୀମାନେ କ୍ଷୁଦ୍ର ଏକାଙ୍କିକା ମାଧ୍ୟମରେ ଏଟିଏମ ଠକେଇ,ଛଦ୍ମ ନାମରେ ପଇସା ଠକେଇ, ସାଧାରଣ ବ୍ୟକ୍ତିଙ୍କୁ ବ୍ୟାଙ୍କ ଠକେଇ ,ବିଭିନ୍ନ କମ୍ପାନୀ ନାମରେ ଚାକିରି ପ୍ରଲୋଭନ, ନାମଲେଖା ଠକେଇ ଆଦି ବିଭିନ୍ନ ସାଇବର ଅପରାଧର ଦୃଶ୍ୟ ଅଭିନୟ କରି ପ୍ରଶଂସିତ ହୋଇଥିଲେ l ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଶ୍ରେଷ୍ଠ ସ୍ବେଛାସେବୀ ଓ ପୋଲିସ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ଶେଷରେ ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ସ୍ୱାତୀ ସ୍ଵାଗତିକା ସାହୁ,କୀର୍ତ୍ତି ମୟୀ ବାରିକ,ଡଃ ସନ୍ତୋଷ କୁମାର ରଥ ସହାୟତା କରିଥିଲେ l ଛାତ୍ର ଛାତ୍ରୀଙ୍କ ସମେତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱଚ୍ଚସାଥୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *