ବାଲି ବୋଝେଇ ଟ୍ରାକ୍ଟର ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଗୁରୁତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ପାଖ ରାସ୍ତାରେ ଏକ ବାଲି ବୋଝେଇ ଟ୍ରାକ୍ଟର ସହ ଏକ ଟାଟା ଏସି ଗାଡ଼ି ମୁଁହାମୁହିଁ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୂଚନା ମୁତାବକ ହାତୀବାରି ଗ୍ରାମର ସ୍ମୃତି ରଞ୍ଜନ ସାହୁ , ତାଙ୍କ ପତ୍ନୀ ସୁଭଦ୍ରା ଓ ଭାଇ ଚିନ୍ମୟ ସାହୁ ଏକ ଟାଟା ଏସି ଗାଡ଼ିରେ ବର୍ତ୍ତଣ୍ଡା ଯାଉଥିବା ବେଳେ ହରିପୁର ପାଖ ରାସ୍ତାରେ ଏକ ବାଲି ବୋଝେଇ ଟ୍ରାକ୍ଟର ସହିତ ମୁଁହାମୁହିଁ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ସ୍ମୃତି ରଞ୍ଜନ ଓ ସୁଭଦ୍ରା ଗୁରୁତର ଆହତ ହୋଇଥିବା ବେଳେ ଚିନ୍ମୟ ଆହତ ହୋଇଥିଲେ । ସୂଚନା ପାଇ ସୁକିନ୍ଦା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟାଟା ଏସି ମଧ୍ୟରୁ ସମସ୍ତ ଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ମୃତି ରଞ୍ଜନ ଓ ସୁଭଦ୍ରାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ି ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *