ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରି ସ୍ଥିତ ନୀଳାଚଳ କଲୋନୀ ମଧ୍ୟରେ ଥିବା 4 ଟି ଘର ମଧ୍ୟରୁ ବିଭିନ୍ନ ସାମଗ୍ରୀ ଚୋରି । ସୂଚନା ମୁତାବକ ଡୁବୁରି ସ୍ଥିତ ନୀଳାଚଳ କଲୋନୀ ମଧ୍ୟରେ ଥିବା 4 ଟି ଘର ମଧ୍ୟରେ କିଛି ଅଜଣା ଲୁଟେରା ପଶି ବିଭିନ୍ନ ସାମଗ୍ରୀ ଲୁଟି ନେଇଛନ୍ତି । ଏନେଇ ଲୁଟର ଶିକାର ହୋଇଥିବା ପରିବାର କଳିଙ୍ଗନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । କଳିଙ୍ଗନଗର ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜ୍ଜୁ କରି ସାଇଣ୍ଟଫିକ ଟିମ୍ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଥିବା କଳିଙ୍ଗନଗର ଥାନାର ଭାରପ୍ରାପ୍ତ ଅଧିକାରି ରଞ୍ଜନ କୁମାର ପ୍ରଧାନଙ୍କ ପକ୍ଷରୁ ସୂଚନା ମିଳିଛି ।
ଡୁବୁରି ସ୍ଥିତ ନୀଳାଚଳ କଲୋନୀ ମଧ୍ୟରେ ଥିବା ଚାରି ଟି ଘର ମଧ୍ୟରୁ ଚୋରି !!!

