ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଉମାମହେଶ୍ୱର ଦେବଙ୍କ ମନ୍ଦିର ରୁ ଚୋରି ! ଠାକୁରଙ୍କ ରୀତି ନୀତି ବନ୍ଦ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ର ଆରାଧ୍ୟା ଠାକୁର ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିରରୁ ଗତକାଲି ବିଳମ୍ବିତ ରାତ୍ରୀରେ କେହି ଦୁର୍ବୃତ୍ତ ମନ୍ଦିରର ମୂଖ୍ୟ କବାଟ ଭାଙ୍ଗି ହୁଣ୍ଡି ବାକ୍ସରୁ ଦାନ ଟଙ୍କା ଲୁଟି ନେଇଥିବାର ସୂଚନା ମିଳିଛି । ଆଜି ସକାଳୁ ମନ୍ଦିର ପୂଜାରୀ ମନ୍ଦିରକୁ ପୂଜା କରିବାକୁ ଯାଇଥିବା ବେଳେ ଦେଖିବାକୁ ପାଇଥିଲେ ମନ୍ଦିରର ମୁଖ୍ୟ କବାଟ ତାଲା ଭାଙ୍ଗି ତଳେ ପଡ଼ିବା ସହିତ ହୁଣ୍ଡି ବାକ୍ସ ତାଲା ମଧ୍ୟ ଭାଙ୍ଗିଛି ! ଶ୍ରଦ୍ଧାଳୁ ମାନେ ଯେଉଁ ଅର୍ଥ ଠାକୁର ଙ୍କୁ ଦାନ ଦେଇଥିଲେ ସେ ଅର୍ଥ ହୁଣ୍ଡିରେ ନାହିଁ । ସଙ୍ଗେ ସଙ୍ଗେ ମନ୍ଦିର ପୂଜାରୀ ମନ୍ଦିର କମିଟି କୁ ଖବର ଦେବା ସହ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବାଲୁଗାଁ ଉମାମହେଶ୍ୱର ଦେବଙ୍କ ମନ୍ଦିର ରୁ ଚୋରି : ରୀତି ନୀତି ବନ୍ଦ !!!

