ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢାଉ : ବିପୁଳ ପରିମାଣର ଦେଶୀ ମଦ ଜବତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ବାଣପୁର ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରାଯାଇଛି ! ଅବକାରୀ ଓ ପୋଲିସ ମିଳିତ ଭାବେ ବାଣପୁର କୋଷରଡ଼ା ଜଙ୍ଗଲ ମଧ୍ୟରୁ ୧୭ ୧୦୦ କେଜି ମହୁଲ ପୋଚ ସମେତ ୧୨୮୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଛି । ଜଙ୍ଗଲ ମଧ୍ୟରେ ଥିବା ଚୋରା ଦେଶୀମଦ ବେପାରୀ ମାନେ ସୁଯୋଗ ନେଇ ଘଟଣା ସ୍ଥଳରୁ ଫେରାର ହେବାରେ ସଫଳ ହୋଇଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବାଣପୁର ଆୟତପୁର ଅଞ୍ଚଳର ପତିତ ବେହେରା (୬୫) ଓ ରାଣୀପଡ଼ା ଅଞ୍ଚଳର ଗଣେଶ ବାରିକ (୨୬) ! ଉଭୟଙ୍କ ନିକଟରୁ ୭୦ ଲିଟର ଦେଶୀ ମଦ ଜବତ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇ ଥିବାର ବାଲୁଗାଁ ଅବକାରୀ ଅଧିକାରୀ ତପନ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ତପନ କୁମାର ସ୍ୱାଇଁ, ବାଣପୁର ପୋଲିସ ଏଏସଆଇ ପୂର୍ଣ୍ଣଚନ୍ଦ୍ର ରେଡି, ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ନାରାୟଣ ଜେନା, ଜିଲ୍ଲା ମୋବାଇଲ ଅଧିକାରୀ ନୀଳିମା ଜୟନ୍ତୀ ସ୍ୱାଇଁ, ମୋବାଇଲ ଏସଆଇ ରୋହିତ ଦଣ୍ଡସେନା ଙ୍କ ସମେତ ଅବକାରୀ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *