ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଇଟାମାଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅଭିଭାବିକା ବିଜୟଲକ୍ଷ୍ମୀ ଦ୍ଵୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।

ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ପ୍ରକାଶ ଜୀବନ ପାଳ ଅତିଥିଙ୍କ ପରିଚୟ କରିଥିଲେ । ବିଦ୍ୟାଳୟର ସମ୍ପାଦକ ରଜନୀକାନ୍ତ ମିଶ୍ର ସ୍ବାଗତ ଅଭଭାଷଣ ପ୍ରଦାନ କରିବା ସହିତ ମାତୃ କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ସମ୍ୟକ୍ ଧାରଣା ଦେଇଥିଲେ । ଶିଶୁବାଟିକା ପ୍ରମୁଖା ଟୁନି ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ମା ମାନଙ୍କ ଦ୍ଵାରା ବୌଦ୍ଧିକ ବିକାଶ ର ଉପକରଣ ପ୍ରସ୍ତୁତି ,ହସ୍ତକର୍ମ ,ସଙ୍ଗୀତ ଚୌକି, ବଲ ପିଙ୍ଗା, ଧନ ସଂଗ୍ରହ, ହାତୀ ଶୁଣ୍ଢ ଛୁଁ , ଅଭିନୟ ସାହାଯ୍ୟରେ ଅଙ୍କଜ୍ଞାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୭୫ ଜଣ ଅଭିଭାବିକା ଯୋଗ ଦେଇଥିଲେ । ବନ୍ଦେ ମାତରଂ ପରେ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା ।

