ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଗକୁ ଆସୁଛି ଦଶହରା ଓ ଆଲୋକର ପର୍ବ ଦୀପାବଳି ! ଏଥିପାଇଁ ବିଭିନ୍ନ ସ୍ଥାନରେ ଏବେଠୁ ବାଣ ବିକ୍ରି ଚାଲିଲାଣି । ତେବେ ବେଆଇନ ଭାବେ ବାଣ ପ୍ରସ୍ତୁତ ହେବା ସହିତ ବିକ୍ରି ଚାଲିଛି । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ପୋଲିସ ବାଣପୁର ବ୍ଲକ ଅନ୍ତର୍ଗତ ବେଲେଡିହ ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣରେ ବେଆଇନ ଭାବେ ଗଛିତ ଥିବା ବାଣ ଜବତ କରିଛି । ତେବେ ବାଣ ବ୍ୟବସାୟୀ ଜଣକ ଘଟଣା ସ୍ଥଳରୁ ଫେରାର ହେବାରେ ସଫଳ ହୋଇଛି । ସୂଚନା ମୁତାବକ ନାଚୁଣୀ ଥାନାଧିକାରୀ ଚନ୍ଦ୍ରଶେଖର ଜେନା କୌଣସି ସୂତ୍ରରୁ ଖବର ପାଇ ଏକ ଟିମ୍ ସହ ବେଲେଡିହ ଗ୍ରାମର କୁମର ମୁଦୁଲିଙ୍କ ଘରେ ଚଢ଼ାଉ କରିଥିଲେ । ସେଠାରେ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଥିଲେ । ପରେ ଜବତ ବାଣ କୁ ଥାନାକୁ ଅଣାଯାଇଥିଲା।
ବାଣପୁର ରେ ବାଣ ଜବତ : ବେପାରୀ ଫେରାର !!!

