ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପବିତ୍ର ଷୋଳପୂଜାରେ ଚଳ ଚଞ୍ଚଳ ହୋଇ ଉଠିଛି ମା ଚର୍ଚ୍ଚିକା ପୀଠ ! ନୀତିକାନ୍ତି ରେ ମହାଷ୍ଟମୀ ପର୍ବ ପାଳିତ. ସନ୍ଧ୍ୟା ସମୟ ରେ ମହିଂସା ମର୍ଦ୍ଧିନୀ ବେଶ ରେ ଭକ୍ତଙ୍କୁ ଦର୍ଶନ ଦେଲେ ମା ! ମନ୍ଦିର ରେ ଲାଗି ରହିଥିଲା ଭିଡ଼ ! ଚର୍ଚ୍ଚିକା ପୀଠ ରେ ମହାଷ୍ଟମୀ ପର୍ବ ମହା ଆଡମ୍ବର ରେ ପାଳିତ ହୋଇଯାଇଛି ! ଯେଉଁଥିପାଇଁ ଚଳଚଞ୍ଚଳ ରହିଥିଲା ଓଡିଶା ରେ ଅନ୍ୟତମ ଶକ୍ତିପୀଠ କଟକ ଜିଲ୍ଲା ବାଙ୍କୀ ର ମା ଚର୍ଚ୍ଚିକା ପୀଠ . ମା ସନ୍ଧ୍ୟା ସମୟରେ ମହିଂସା ମର୍ଦିନୀ ଦେଶରେ ଦେଲେ ଦର୍ଶନ . ଜନ ସମାଗମରେ ଉଛୁଳି ଉଠୁଛି ରେଣୁକା ତଟ ଓ ଋଚିକ ଗିରି ! ବିଶ୍ୱାସ ରହିଛି ଆଜିର ଦିନ ରେ ମା ଙ୍କ ଦର୍ଶନ କଲେ ମିଳିଥାଏ କୋଟିଏ ଜନ୍ମ ର ପୂଣ୍ୟ ଫଳ. ସନ୍ଧ୍ୟା ରେ ସେବାୟତ ମା ଙ୍କୁ ଶହେ ଆଠ ମୁଣ୍ଡ ମାଳ ରେ ସୁସଜ୍ଜିତ କରିଥିଲେ ! ଆଉ ମା ସମସ୍ତ ଙ୍କୁ ମହିଂସା ମର୍ଦ୍ଧିନୀ ଦେଶ ରେ ଦେଲେ ଦର୍ଶନ. ଯେଉଁ ଦୁର୍ଲଭ ଦର୍ଶନ ବର୍ଷକ କୁ ଥରେ ଦେଖିବାର ସୁଯୋଗ ପାଇଥାନ୍ତି ଶ୍ରଦ୍ଧାଳୁ ଓ ମାନସିକଧାରୀ. ଅନ୍ୟପଟେ ମହାଷ୍ଟମୀ ପୂଜା ବିଶେଷ ନୀତିକାନ୍ତି ରେ କରାଯାଇଥାଏ ! ମା ଙ୍କ ପୂଜା ପରେ ମନ୍ଦିର ରାଜଗୁରୁ ଙ୍କ ଦ୍ୱାରା ମଧ୍ୟ ରାତିରେ ସନ୍ଧିପୂଜା ରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି . ଭକ୍ତ ଙ୍କ ସମାଗମ କୁ ଆଖି ଆଗରେ ରଖି ମନ୍ଦିର ପରିଚାଳନା କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି .
ଜନ ସମାଗମରେ ଉଛୁଳି ଉଠୁଛି ରେଣୁକା ତଟ ଓ ଋଚିକ ଗିରି !!!

