ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ସହାୟତାରେ ଗଜପତି ଜିଲ୍ଲାରେ ନେହେରୁ ଯୁବ କେନ୍ଦ୍ର ଦ୍ୱାରା ହିନ୍ଦୀ ଦିବସ ପାଳିତ ହୋଇଯାଇଛି . ରାୟଗଡ ବ୍ଳକର କଇଁପୁର ଗ୍ରାମ ବିଦ୍ୟାଳୟରେ ଶ୍ରୀ ଲୋକନାଥେସ୍ୱର ଯୁବକ ସଙ୍ଘ ଏବଂ ଦାରୁବ୍ରହ୍ମ ଯୁବକ ସଙ୍ଘ ସହାୟତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି . ଏହି କାର୍ଯ୍ୟକ୍ରମରେ ସିଆରସି ଏବଂ ସ୍କୁଲର ଶିକ୍ଷକ କୁଶ ଭୂୟାଁ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର ଙ୍କ ପରାମର୍ଶ କ୍ରମେ ରାୟଗଡ ବ୍ଳକର ନେହେରୁ ଯୁବ କେନ୍ଦ୍ରର ଅଜିତ କୁମାର ଦଳପତି ଏବଂ ଦେବାଶିଷ ପାଇକଙ୍କ ଅଧୀନରେ ଆୟୋଜନ କରାଯାଇଥିଲା । ଉପସ୍ଥିତ ଅତିଥି ମାନେ ପିଲାଙ୍କୁ ରାଷ୍ଟ୍ରୀୟ ହିନ୍ଦୀ ଦିବସ ଉପରେ ଉଦବୋଧନ ଦେଇଥିଲେ ଏବଂ ହିନ୍ଦୀ ଭାଷାକୁ କିପରି ପଢି ପାରିବା ଓ ଲେଖି ପାରିବା ତା ସହିତ ବୁଝି ପାରିବା ନେଇ କହିଥିଲେ ।
ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ହିନ୍ଦୀ ଦିବସ ପାଳିତ !!

