ବାଂଲାଦେଶରେ ଚିନ୍ମୟ ଫାଉଣ୍ଡେସନର ଶାରଦୀୟ ଦୁର୍ଗାପୂଜା ଓ ପଞ୍ଚ ଦିବସୀୟ ସାଂସ୍କୃତିକ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅସତ୍ୟ ଉପରେ ସତ୍ୟର ବିଜୟ , ଏହି ଉକ୍ତିକୁ ପ୍ରତିପାଦିତ କରିବା ପାଇଁ ହିନ୍ଦୁ ସଂସ୍କୃତିରେ ଅନେକ ପୂଜା ପ୍ରଚଳିତ ହୋଇ ଆସୁଅଛି । ଶରତ ଋତୁର ଅନେକ ପୂଜା ମଧ୍ୟରୁ ଦୁର୍ଗା ପୂଜା ଅନ୍ୟତମ । ହିନ୍ଦୁ ସଂସ୍କୃତିରେ ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ ଏହି ପୂଜା ପ୍ରଚଳିତ ହେଉଥିବା ବେଳେ ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ବାଂଲାଦେଶର ସିଲେହାଟ ସ୍ଥିତ ଶ୍ରୀକୃଷ୍ଣପୁର ଠାରେ ଏହି ପୁଜନୋତ୍ସବ ଅନୁଷ୍ଠିତ ହେବାର ଦେଖିବାକୁ ମିଳିଛି । ଯଥାବିଧି ଦେବୀ ପୂଜନ ସହ ମହା ଆଡ଼ମ୍ବରରେ ଭସାଣୀ ଓ ପଞ୍ଚ ଦିବସୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ବାଂଲାଦେଶ ସଂଯୋଜକ ଶ୍ରୀ ସବୁଜ ରାମଙ୍କ ନେତୃତ୍ବରେ ବହୁ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *