ଶାରଦୀୟ ଦୁର୍ଗାପୂଜାରେ ଉତ୍ସବ ମୁଖର ହୋଇ ଉଠିଛି କଳାପଥର ଅଂଚଳ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଶାରଦୀୟ ଦୁର୍ଗାପୂଜାରେ ଉତ୍ସବ ମୁଖର ହୋଇ ଉଠିଛି କଳାପଥର ଅଂଚଳ ! କଳାପଥର ମୁଖ୍ୟ ବଜାର ଦୁର୍ଗାମଣ୍ଡପ ରେ ମହିଷାମର୍ଦିନୀ ମା ଦୁର୍ଗା ପୂଜା ପାଉଥିବା ବେଳେ ଦୁର୍ଗା ବଜାର , କଳାପଥର ମୁଖ୍ୟ ବଜାର , ମସଜିଦ ଛକ , ଜୁବୁଲି ମାର୍କେଟ , ନୃସିଂହ ବଜାର , ବସଷ୍ଟାଣ୍ଡ ପରିବା ମାର୍କେଟ , ଗୋଲେଇଛକ ଲକ୍ଷ୍ମୀ ବଜାର , ବୈଦେଶ୍ଵର ରୋଡ଼ ବଜାର , ହନୁମାନ ବଜାର , ବ୍ଯାଙ୍କ ଛକ ପରିବା ମାର୍କେଟ ର ପୂଜା ମଣ୍ଡପ ଗୁଡିକ ରେ ମୂର୍ତ୍ତି ପୂଜା ସହିତ ବେଶ ସାଜସଜ୍ଜା ହୋଇଥିଲା ! କଳାପଥର ର ଦୁର୍ଗା ପୂଜା ବହୁ ପୁରାତନ ହୋଇଥିବା ବେଳେ , ଚଳିତ ବର୍ଷ ବହୁ ଶ୍ରଦ୍ଧାଳୁ ଏବଂ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା ! ବାଙ୍କୀ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ, ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟି ର କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଅଜୟ ସ୍ୱାଇଁ , କଟକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା କାଯ୍ୟକାରିଣୀ ସଦସ୍ୟ ବିଶ୍ବଜିତ ବିଶ୍ୱାଳ ପ୍ରମୂଖ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ଉପଭୋଗ କରିବାସହ ଅଞ୍ଚଳ ବାସୀଙ୍କୁ ଉତ୍ସାହିତ କରିଥିଲେ !

Leave a Reply

Your email address will not be published. Required fields are marked *