ଚିଲିକାରେ ମଝିରେ ଅଘଟଣ : ଚଳନ୍ତା ଡ଼ଙ୍ଗାରୁ ଚିଲିକା ମଧ୍ୟକୁ ଗଳି ପଡ଼ି ନାଉରୀ ନିଖୋଜ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକାରେ ପୁଣି ଘଟିଲା ଅଘଟଣ ! ଚଳନ୍ତା ଡ଼ଙ୍ଗାରୁ ଚିଲିକା ମଧ୍ୟକୁ ଗଳି ପଡ଼ିଲା ନାଉରୀ , ନାଉରୀ ନିଖୋଜ । ମରାଳ ମାଳିନୀ ଚିଲିକା ଗଣ୍ଡରେ ଟୁରିଷ୍ଟ୍ ଡଙ୍ଗାରୁ ଗଳି ପଡିଲେ ନାଉରୀ ତଥା ଡଙ୍ଗା ଚାଳକ । ଚାଳକ ବିହୀନ ଟୁରିଷ୍ଟ୍ ଡଙ୍ଗା ଚିଲିକା ଗଣ୍ଡରେ କାଟିଲା ଚକ୍କି । ଜୀବନ ବଞ୍ଚାଇବା ପାଇଁ ଟୁରିଷ୍ଟ୍ କଲେ ଆର୍ତ୍ତ ଚିତ୍କାର । ଖବର ପାଇ ଅନ୍ୟ ଡଙ୍ଗା ଉକ୍ତ ଟୁରିଷ୍ଟ୍ ମାନଙ୍କୁ ଉଦ୍ଧାର କରିଛନ୍ତି , ହେଲେ ଚିଲିକା ଗଣ୍ଡରେ ଗଳି ପଡିଥିବା ଟୁରିଷ୍ଟ୍ ଡଙ୍ଗା ଚାଳକ ଏବେ ନିଖୋଜ । କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ଘାଟରୁ ୫ ଜଣ ଟୁରିଷ୍ଟ୍ ଙ୍କୁ ନେଇ ଏକ ଟୁରିଷ୍ଟ୍ ଡଙ୍ଗା ଚିଲିକାରେ ଡଲଫିନ୍ ଦେଖାଇବା ପାଇଁ ମଗର ମୁହଁ ନିକଟକୁ ଯାଇଥିଲା । ମଝି ଚିଲିକାରେ ଅର୍ଥାତ ଚିଲିକା ଗଣ୍ଡରେ ହଠାତ୍ ସେହି ଟୁରିଷ୍ଟ୍ ଡଙ୍ଗାର ଚାଳକ ତଥା ନାଉରୀ ବିକ୍ରମ କେଶରୀ ଜାଲି ଭାରସାମ୍ୟ ହରାଇ ଡଙ୍ଗାରୁ ଗଳି ପଡିଛନ୍ତି । ଡଙ୍ଗା ଚାଳକ ଏବେ ଚିଲିକା ଗଣ୍ଡରେ ନିଖୋଜ ଅଛନ୍ତି । ନାଉରି ଜଣଙ୍କର କୌଣସି ପତ୍ତା ମିଳି ନଥିବା ବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି I ତେବେ ଏପରି କାହିଁକି ଘଟିଲା ତାହା ଏବେ ବି ଅସ୍ପଷ୍ଟ I

Leave a Reply

Your email address will not be published. Required fields are marked *