ବାଙ୍କୀ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ଝୁମିଲେ ଦର୍ଶକ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଭରପୁର ଜନ ସମାଗମ ! ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ସମୟରେ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର , ଡମପଡା ବିଡ଼ିଓ ସମ୍ମାନୀତ ଅତିଥି ରୂପେ ଉପସ୍ଥିତ ରହିଥିଲେ ! ସାଧାରଣ ସଭା ପରେ ବାଙ୍କୀର ବକ୍ରେଶ୍ୱରୀ ପ୍ରଡକସନ ଦ୍ୱାରା ପ୍ରସ୍ତୁତ ବାଙ୍କୀ ମହୋତ୍ସବ ର ସ୍ୱତନ୍ତ୍ର ସଙ୍ଗୀତ ପ୍ରଦର୍ଶିତ ହୋଇଥିଲା ! ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପସ୍ଥିତ ଦର୍ଶକ ମନଭରି ଉପଭୋଗ କରିଥିଲେ ! ମଞ୍ଚରେ ଧୁମ ମଚାଇଥିଲେ ପ୍ରଖ୍ୟାତ କଳାକାର ମଣ୍ଟୁ ଛୁରୀଆ !

Leave a Reply

Your email address will not be published. Required fields are marked *