ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଉତ୍କଳ ବିଶ୍ଵବିଦ୍ୟାଳୟର ଏକ ସହବନ୍ଧିତ ଅନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଜୋନାଲ ସ୍ତରୀୟ ଭଲି ବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ରାଜଧାନୀ ମହାବିଦ୍ୟାଳୟ, କେ ବି ଡି ଏ ଭି କଲେଜ ନିରାକାରପୁର, ଜନତା ମହାବିଦ୍ୟାଳୟ କୁହୁଡି, ପଠାଣି ସାମନ୍ତ ମହାବିଦ୍ୟାଳୟ ଖଣ୍ଡପଡା, ସାତପଡା ମହାବିଦ୍ୟାଳୟ, ମହର୍ଷି କଲେଜ ଅଫ ନାଚୁରାଲ ଲ, ପି ଏସ କଲେଜ ବଡମ୍ବା ଆଦି ସାତଟି ମହାବିଦ୍ୟାଳୟ ଯୋଗ ଦେଇଥିଲେ। ଉଦଘାଟନୀ ଉତ୍ସବରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ରବି ନାରାୟଣ ପାଲ୍ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତାଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ଯୁକ୍ତ ଦୁଇର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର, ପ୍ରଶାସନିକ ଅଧିକାରୀ ଡ଼ ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା, ସହ ପ୍ରଶାସନିକ ଅଧିକାରିଣୀ ଡ଼ ସୁଜାତା ମିଶ୍ର କ୍ରୀଡା ପରିଷଦର ଉପାଧ୍ୟକ୍ଷ ଶ୍ରୀ ପୁଲୀନ ବିହାରୀ ଜେନା, ଡ଼ ଗୁରୁ କିଶୋର ନାୟକ,, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଶ୍ରୀ ବୈରାଗୀ ଚରଣ ବଳ, ଶ୍ରୀ ଆଦିତ୍ୟ ସାରଥୀ ବେଦମତ୍ତା ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ବିଭିନ୍ନ ଉପଦେଶ ଦେଇଥିଲେ । ମହାବିଦ୍ୟାଳୟର ଦୁଇଜଣ ପୁରାତନ ଛାତ୍ର ତଥା ଜାତୀୟ ସ୍ତରରେ ମାନ୍ୟତା ପ୍ରାପ୍ତ ରେଫରୀ ଶ୍ରୀ ବିଭୁଦେନ୍ଦୁ ମାନସିଂ ଓ ଶ୍ରୀ ନାରାୟଣ ସାହୁଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାବିଦ୍ୟାଳୟର କର୍ମଚାରୀ ଶ୍ରୀ ପ୍ରଭାତ କୁମାର ମାର୍ଥା, ଶ୍ରୀ ଜାନକୀ ବଲ୍ଲଭ ଜେନା ,ଶ୍ରୀ ଆଦିତ୍ୟ ସାହୁ ଓ ଅନ୍ୟମାନେ ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ବିଜୟୀ ଟିମ୍ ସାତପଡା ମହାବିଦ୍ୟାଳୟ ଓ ଆସନ୍ତା କାଲିର ବିଜୟୀ ଦଳ ମଧ୍ୟରେ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ହୋତା ସୂଚନା ଦେଇଛନ୍ତି ।
ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ବିଶ୍ଵବିଦ୍ୟାଳୟ ସ୍ତରୀୟ ଭଲି ବଲ ଟୁର୍ଣ୍ଣାମେଣ୍ଟ !!!

