ସରିଲା ବାଙ୍କୀର ଗଣ ପର୍ବ କୁମାର ଉତ୍ସବ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଚଳିତ ବର୍ଷ ବେଶ ଧୂମଧାମରେ ପାଳିତ ହୋଇଛି ବାଙ୍କୀର ଗଣପର୍ବ କୁମାର ଉତ୍ସବ ! ବାଙ୍କୀ ବଜାରରେ ଥିବା ପ୍ରତ୍ୟେକ ବ୍ୟବସାୟ ପ୍ରତିଷ୍ଠାନ ର ପଡା ମାନଙ୍କରେ ମା ଦୁର୍ଗା ଙ୍କ ସମେତ ବହୁ ଦେବାଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ପୁଜା ପାଇ ଆସୁଥିଲେ ! କୁମାର ପୂର୍ଣ୍ଣିମା ଠାରୁ ଦୀର୍ଘ ଛଅ ଦିନ ପରେ ଆଜି ମୁର୍ତ୍ତି ମାନଙ୍କୁ ମେଲାଣି ଦିଆଯାଇଛି । ବହୁ ଆଡମ୍ବରରେ ବିଭିନ୍ନ ପୁଜା ମଣ୍ଡପ ମାନଙ୍କର ପ୍ରସେସନ ଏକା ସାଙ୍ଗରେ କଚେରୀ ପଡିଆ ଠାରେ ଏକତ୍ରୀତ ହୋଇ ଭଷାଣୀ ପାଇଁ ବିରାଟ ପଟୁଆରରେ ବାହାରିଥିଲେ ।ତେବେ ଏ ସବୁ ପୁଜା ମଣ୍ଡପ ର ସଭାପତି ଓ ସମ୍ପାଦକ ମାନଙ୍କୁ ପ୍ରଥମେ ବାଙ୍କୀର କଂଗ୍ରେସ କାର୍ଯ୍ୟାଳୟ ଠାରେ ଉତ୍ତରୀୟ ଓ ମିଠା ଦିଆଯାଇ ସମ୍ବର୍ଦ୍ଧନା ଜଣାଇଥିଲେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ! ସମାନ ଢଙ୍ଗରେ ବାଙ୍କୀ ମହୋତ୍ସବ କମିଟି ପକ୍ଷରୁ ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ମଧ୍ୟ ସମସ୍ତ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତ ମେଢ଼ ଏକା ସାଙ୍ଗରେ କଚେରୀ ପଡିଆ ଠାରୁ ବାହାରି ବାଙ୍କୀ ଏନ୍ ଏ ସି ଦ୍ୱାରା ନିର୍ମିତ ଅସ୍ଥାୟୀ ପୁଷ୍କରିଣୀ ରେଣୁକା ନିକଟରେ ବିସର୍ଜନ କରାଯାଇଛି ।ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଏହି କାର୍ଯ୍ୟ କୁ ବାଙ୍କୀ ଥାନା ଏସଡିପିଓ ଜ୍ଞାନେନ୍ଦ୍ର ମିଶ୍ର ପରିଚାଳନା କରିଥିଲେ । ଶାନ୍ତି ଶୃଙ୍ଖଳା ସହିତ ଏବର୍ଷ ର କୁମାର ଉତ୍ସବ ପାଳନ କରାଯାଇଛି ।

Leave a Reply

Your email address will not be published. Required fields are marked *