ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଅଧ୍ୟକ୍ଷତାରେ ଜେସିଡିଏଲରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଅଧ୍ୟକ୍ଷତାରେ ଜେସିଡିଏଲ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ! ଡୁବୁରୀ ଛକ ଠାରୁ ଦାନଗଡି ବ୍ଲକ ଅଫିସ ଦେଇ ଲୋକଙ୍କ ଯା’ଆସ ପାଇଁ କଳିଙ୍ଗନଗର ରେ ସ୍ପେଷାଲ୍ କରିଡର୍ ନିର୍ମାଣ ହେବ । ସୁକିନ୍ଦା – ଦାନଗଦୀ ମେଡିକାଲ ଏବଂ ୯ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସଫେଇ ଦାୟିତ୍ୱ ଶିଳ୍ପାନୁଷ୍ଠାନ ନେବାକୁ ପ୍ରସ୍ତାବ ଦିଆଯାଇଛି । ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଅଧ୍ୟକ୍ଷତାରେ ଜେସିଡିଏଲ କକ୍ଷରେ ଆୟୋଜିତ ବୈଠକରେ ସ୍ଥିର ହୋଇଛି ଯେ, କଳିଙ୍ଗନଗରରେ ୨୦୦ ବେଡର ହସ୍ପିଟାଲ ନିର୍ମାଣ ହେବ। ସୁକିନ୍ଦା ଓ ଦାନଗଦୀର ସମସ୍ତ ବିଦ୍ୟାଳୟରେ ପାର୍କ ନିର୍ମାଣ କରାଯିବ । ପବିବେଶର ସୁରକ୍ଷା ଦୃଷ୍ଟିରୁ କଂପାନୀ ଗୁଡିକ ବୃକ୍ଷରୋପଣ କରିବା ପାଇଁ ବୈଠକରେ ଯୋଜନା ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *