ଉତ୍କୃଷ୍ଟ ଭାଷା ଓ ଉନ୍ନତ ସାହିତ୍ୟ ହିଁ ଆମ ଜାତୀତାବାଦର ଶ୍ରେଷ୍ଠ ଉଦାହରଣ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆକାଂକ୍ଷା ମହିଳା ଅନୁଷ୍ଠାନ ଏବଂ ଉତ୍କଳ ହିତୈଷିଣୀ ସମାଜ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ହୋଇଯାଇଛି । ଆକାଂକ୍ଷାର ଉପଦେଷ୍ଟା ତଥା କାର୍ଯ୍ୟକ୍ରମର ସଭାପତି ଆଶlଲତା ପାଣିଗ୍ରାହୀଙ୍କ ଦ୍ଵାରା ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟଅତିଥି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ବକ୍ତା ସରୋଜ କୁମାର ପଣ୍ଡା , ସମ୍ମାନିତ ଅତିଥି ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ସମ୍ମାନିତ ଅତିଥି ଡ. କଲ୍ୟାଣୀ ମିଶ୍ର ଯୋଗଦାନ କରି ଆମ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ୨୦୧୪ ରୁ ମିଳିଥିଲେ ସୁଦ୍ଧା ଆଖି ଦୃଶିଆ ପଦକ୍ଷେପ ଆଜି ଯାଏଁ କରାଯାଇ ପାରିନାହିଁ । ଅନ୍ୟାନ୍ୟ ବକ୍ତା ଭାବେ ଡ. ବିଦ୍ୟୁତ୍ ମିଶ୍ର, ଡ.ଚନ୍ଦ୍ର ଶେଖର ଦାସ , ସଚିଦାନନ୍ଦ ସାମଲ ନିଜ ନିଜ ର ବକ୍ତବ୍ୟ ରଖିଥିଲେ । ମୀନାକୁମାରୀ ଟହଲ ପରିଚୟ ପ୍ରଦାନ କରିଥିବା ବେଳେ ତ୍ରିପତି ପ୍ରସାଦ ପଣ୍ଡା ସ୍ଵାଗତ ସମ୍ଭାଷଣ ଦେଇଥିଲେ । ଶେଷରେ ମମତା ପାଢ଼ୀ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *