ବନ୍ଧଗାଁରେ ଗାଧୋଇବା ପାଇଁ ଯାଇ ନିଖୋଜ ଥିବା ଦୁଇ ନାବାଳକ ପୁବଳ ଗ୍ରାମରୁ ଉଦ୍ଧାର : ଶିଶୁ ଯତ୍ନ ଗୃହକୁ ଗଲେ ଉଭୟ ନାବାଳକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଥିବା ସୁକିନ୍ଦା ଥାନା ଅଞ୍ଚଳର ଦୁଇ ନାବାଳକକୁ ପୋଲିସ ପୁବଳ ଗ୍ରାମରୁ ଉଦ୍ଧାର କରି ଶିଶୁ ଯତ୍ନ ଗୃହକୁ ହସ୍ତାନ୍ତର କରିଛି । ଗତ ଗୁରୁବାର ଅପରାହ୍ନରେ ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଥିବା ବନ୍ଧଗାଁ ପଞ୍ଚାୟତ ଗୁଆଲଡି ଗ୍ରାମର ଟୁକୁନା ମୁଣ୍ଡାଙ୍କ 8ବର୍ଷର ପୁଅ ଶ୍ୟାମସୁନ୍ଦର ମୁଣ୍ଡା ଓ ରଘୁ ମୁଣ୍ଡାଙ୍କ 8 ପୁଅ ହାତି ମୁଣ୍ଡାକୁ ପୋଲିସ ସୋମବାର ଦିନ ରାତିରେ ପୁବଳ ଗ୍ରାମରୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ଦୁଇ ନାବାଳକ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଓଡ୍ରାଫ୍ ଟିମ୍ ସହ ସ୍ଥାନୀୟ ରେଙ୍ଗାଲି କେନାଲରେ ଖୋଜା ଖୋଜି ଆରମ୍ଭ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । ଉଭୟ ନାବାଳକ ପୁବଳ ଗ୍ରାମରେ ଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା । ସୋମବାର ଦିନ ଉଭୟଙ୍କୁ ସୁକିନ୍ଦା ସ୍ଥିତ ଶିଶୁ ଯତ୍ନଗୃହକୁ ହସ୍ତାନ୍ତର କରାଯାଇଛି । ଆସନ୍ତା କାଲି ଉଭୟଙ୍କୁ କୋର୍ଟରେ ହାଜର କରିବା ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *